ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ ମାମଲା: ସତ୍ୟପାଠ ଦାଖଲ କଲେ ବର୍ଷା
କଟକ (ଆମ ଟିଭି): ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ ମାମଲା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଆଜି ଦୁହେଁ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ । କଟକ ପରିବାର ଅଦାଲତରେ ବର୍ଷା ସତ୍ୟପାଠ ଦାଖଲ କରିଛନ୍ତି । ମିଥ୍ୟା ତଥ୍ୟ ନଦେବାକୁ ସତ୍ୟପାଠ ଦାଖଲ କରିଛନ୍ତି ବର୍ଷା । ଏହା ସହିତ ବିଚାର ପ୍ରକ୍ରିୟାରେ ସହଯୋଗ କରିବାକୁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ବର୍ଷା । ଅଯଥା ସମୟ ନନେବାକୁ ମଧ୍ୟ ବର୍ଷା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।
ତେବେ ପୂର୍ବରୁ ବାରମ୍ବାର ତାରିଖ ଧାର୍ୟ୍ୟ ପରେ ବି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା କୋର୍ଟ ଆସୁନଥିଲେ । ସେହିପରି ଅନୁଭବ ମଧ୍ୟ ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ୍ ଦର୍ଶାଇଥିଲେ । ଏହାକୁ ନେଇ ଉଭୟେ ବର୍ଷା ଓ ଅନୁଭବଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ପରିବାର ଅଦାଲତ ।