ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ
କଟକ (ଆମ ଟିଭି): ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ । ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା ହାଟରେ ପଡ଼ି ପଦାରେ ଗଡ଼ୁଛି । ପରିବାର ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ଏବଂ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ବିଚାରପତି ସେଦିନ କାଉନସେଲିଂ କରିଥିଲେ ମଧ୍ୟ ସଫଳତା ମିଳି ନଥିଲା । ଆଜି ପୁଣି ଉଭୟଙ୍କ ମଧ୍ୟରେ ହୋଇପାରେ କାଉନସେଲିଂ।
ସୂଚନା ଥାଉକି, ୧୪ ତାରିଖରେ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ ସ୍ବାମୀ-ସ୍ତ୍ରୀ । ଦୁହେଁ ପ୍ରାୟ ୨ ଘଣ୍ଟା ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ଥିବା ନଜର ଆସିଥିଲା । ଫ୍ୟାମିଲି କୋର୍ଟରେ ବର୍ଷା ୫୦୦୦ ଟଙ୍କା ଦାଖଲ କରିଥିଲେ । କୋର୍ଟ କାର୍ୟ୍ୟରେ ସହଯୋଗ କରିବାକୁ ଏକ ସତ୍ୟପାଠ ଜରିଆରେ ବର୍ଷା ଜଣାଇଥିଲେ । ବର୍ଷାଙ୍କୁ ଜେରା କରିବା ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ କୋର୍ଟ ।