ସଭାରୁ ଉଠାଇ ଦେଲେ ପୂର୍ବ ରାଷ୍ଟ୍ରପତିଙ୍କୁ

0

ବେଜିଙ୍ଗ୍‌: ଆଜି ଶାସକ କମ୍ୟୁନିଷ୍ଟ୍‌ ପାର୍ଟିର ମହାସଭାର ସମାବର୍ତ୍ତନ ଉତ୍ସବରୁ ଅପ୍ରତ୍ୟାଶିତ ଭାବେ ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ହ୍ୟୁ ଜିନ୍ତାଓଙ୍କୁ ବାହାର କରିଦିଆଯାଇଛି। ସି ଜିନ୍‌ପିଙ୍ଗ୍‌ଙ୍କ ଠିକ୍‌ ପୂର୍ବରୁ ଜିନ୍ତାଓ ଚୀନ୍‌ର ରାଷ୍ଟ୍ରପତି ଥିଲେ।

ପାର୍ଟିର ମହାସଭାରେ ଉପସ୍ଥିତ ଥିବା ‘ରଏଟର୍ସ’ର ଜଣେ ପ୍ରତିନିଧି କହିଛନ୍ତି, ରାଷ୍ଟ୍ରପତି ସି’ଙ୍କ ବାମ ପାର୍ଶ୍ବରେ ଆସନ ଗ୍ରହଣ କରିଥିବା ୭୯ ବର୍ଷିୟ ହ୍ୟୁଙ୍କୁ ଦୁଇ ଜଣ ପରିଚାରକ ବେଜିଙ୍ଗ୍‌ସ୍ଥିତ ‘ଗ୍ରେଟ୍‌ ହଲ୍‌ ଅଫ୍‌ ପିପୁଲ୍‌’ର ମୁଖ୍ୟ ଅଡିଟରିୟମ୍‌ରୁ ବାହାରକୁ ବାଟ କଢ଼ାଇ ନେଇଥିଲେ।

ଗତ ରବିବାର ଦିନ ମହାସଭାର ଉଦ୍‌ଘାଟନୀ ଉତ୍ସବରେ ଉକ୍ତ ମଞ୍ଚ ଉପରକୁ ଅନ୍ୟର ଆଶ୍ରାରେ ଆସିଥିବା ହ୍ୟୁ ସାମାନ୍ୟ ଥରିବା ପରି ଦିଶୁଥିଲେ।

Leave A Reply

Your email address will not be published.