ଶାହାଙ୍କୁ ଭେଟିଲେ ରାଜ୍ ଠାକରେ

0

ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ପର୍ବ ବୃଦ୍ଧି ପାଉଛି। ଏହି ଭିତରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଯେଉଁଠାରେ କଳ୍ପନାଜଳ୍ପନା ଲାଗିରହିଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଠାକରେ ଏନିଏରେ ମିଶି ପାରନ୍ତି। ଏନଡିଏ -ଏମଏନଏସ ( ମହାରାଷ୍ଟ୍ର ନବନିର୍ମାଣ ସେନା) ଏକାଠି ହୋଇପାରନ୍ତି। ତେଣୁ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ଏମଏନଏସ ମୁଖ୍ୟ ରାଜ ଠାକରେ। ସେ ଦିଲ୍ଲୀରେ ପହଞ୍ଚିବା ପରେ ଚର୍ଚ୍ଚା ଖୁବ୍‌ ଜୋରରେ ଚାଲିଛି। ଉଭୟଙ୍କ ମଧ୍ୟରେ ଏକ ବଡ ବୈଠକ ବସିିଛି। ଯଦି ରାଜ ଠାକରେ ମେଣ୍ଟରେ ସାମିଲ ହୁଅନ୍ତି ତେବେ ସେ ଭାଜପାକୁ ଦକ୍ଷିଣ ମୁମ୍ବାଇ ଓ ଶିରଡ ଲୋକସଭା ଆସନ ମାଗି ପାରନ୍ତି।

ରାଜ ଠାକରେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପର୍କୀୟ ଭାଇ। ବର୍ତ୍ତମାନ ଉଦ୍ଧବ ଠାକରେ ବିରୋଧୀ ଦଳ ଭାବେ ମହାରାଷ୍ଟ୍ରରେ କାମ କରୁଛନ୍ତି। ଶିବସେନାର ପ୍ରତିଷ୍ଠାତା ତଥା ଉଦ୍ଧବଙ୍କ ବାପା ବାଲ ଠାକରେଙ୍କ ପୁତୁରା ଭାବେ ରାଜ ଠାକରେ ପରିଚିତ। ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପି ସହ ମିଶି ଭାଜପା ଏବଂ ସିନ୍ଦେ ଗୋଷ୍ଠୀଙ୍କୁ ହରାଇବାକୁ ଚାହୁଁଛନ୍ତି। ହେଲେ ଏବେ ରାଜ ଠାକରେ ଭାଜପା ଓ ଶିବସେନା ସହ ମେଣ୍ଟ କରିବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି।

Leave A Reply

Your email address will not be published.