“ରଜ କୁଇନ ” ରୁ “ଏଥର ଭାଉଜ ଖେଳିବେ ରଜ”
ପ୍ରଥମେ ରଜ କୁଇନ୍ ୨୦୧୬ ଆଉ ଏଥର ଟିକେ ନିଆରା ” ଆସ ଭାଉଜ ଖେଳିବା ରଜ “।
ଫ୍ୟାସନ ଓ ଅଭିନୟ ରେ ନିଶା ଥିବା ଜ୍ୟାକଲିନ ଇଣ୍ଡଷ୍ଟ୍ରି ରେ ପଦା ର୍ପଣ କରିବା ପୂର୍ବରୁ ପ୍ରଥମେ ଜ଼ୀ ସାର୍ଥକର ରିଆଲଟି ସୋ “ରଜ କୁଇନ”ରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ. ଖାଲି ପରୀକ୍ଷା କରିନଥିଲେ ଜ୍ୟାକଲିନ ସଫଳତାର ସ୍ୱାଦ ମଧ୍ୟ ଚାଖି ୨୦୧୬ ର ରଜ କୁଇନ୍ ମୁକୁଟଟି କୁ ଅର୍ଜନ ମଧ୍ୟ କରିଥିଲେ ଏ ଜ୍ୟାକଲିନ ପରିଡା . ନୁର୍ତ୍ୟ , ଅଭିନୟ ଆଦି ରେ ସେ ସମ୍ପୂର୍ଣ ନିପୁଣା। ଏଥର ଜ୍ୟାକଲିନ୍ ଆମଟିଭି ପ୍ରଯୋଜିତ କାର୍ଯ୍ୟକ୍ରମ “ଆସ ଭାଉଜ ଖେଳିବା ରଜ” ରେ ଶୀର୍ଷ ସଂଗୀତ ରେ ଅଭିନୟ କରୁଥିବା ଦେଖାଦେବେ ।
ସୁନ୍ଦର ଚେହେରା ଓ ନୁପୂଣ ଅଭିନୟ ଦକ୍ଷତା ତାଙ୍କୁ ବେଶ ଲୋକପ୍ରିୟତା ଆଣିଦେଇଛି । ଜ଼ୀ ସାର୍ଥକ ର ଧାରାବାହିକ ମୋ ଜେଜେମା ରୁ ଅଭିନୟ ଜୀବନର ପ୍ରାରମ୍ଭ କରିଥିବା ଜ୍ୟାକଲିନ ପରିଡା ବର୍ତ୍ତମାନ ‘ହେ ପ୍ରଭୁ’ ଧାରାବାହିକ ରେ ତାଙ୍କର ସୁନ୍ଦର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନରେ ଏକ ନିଆରା ସ୍ଥାନ କରିସାରିଲେଣି । ମ୍ୟୁଜିକ ଭିଡ଼ିଓ “ହଲ ଚଲ ମନ” “ନା ତତେ ଜଣା ନା ମତେ ଜଣା” ଓ “ଅଲବିଦା ଯାନ” ଆଦିରେ ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟ ପରିବେଷଣ କରିସାରିଛନ୍ତି । ଆଶା ତାଙ୍କର ଏବେ ବଡ ପରଦା କୁ । ଅଭିନୟ ପ୍ରେମରେ ମସଗୁଲ ଜ୍ୟାକଲିନ ଏବେ ଆମଟିଭି ପାଇଁ “ଆସ ଭାଉଜ ଖେଳିବା ରଜ” ରେ ଶୀର୍ଷସଂଗୀତ ରେ ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି. “ଆସ ଭାଉଜ ଖେଳିବା ରଜ” ଖୁବ ଶୀଘ୍ର ଆମଟିଭିର ଅନଲାଇନ ପ୍ଲାଟ୍ଫଅମ ରେ ପରିବେଷଣ ହବ।
” ଆସ ଭାଉଜ ଖେଳିବା ରଜ” ରେ ଓଡ଼ିଶା ର ବହୁ ନାମିଦାମୀ ଲୋକପ୍ରିୟ ଅଭିନେତ୍ରୀ ଯୋଗ ଦେଉଥିବା ବେଳେ ଏହା ହେବ ରାଜ୍ୟ ରେ ପ୍ରଥମ ବ୍ୟୟବହୁଳ ମେଗା ଡିଜିଟାଲ ରିଅଲିଟି ସୋ।