ରାଜା ସିଂହଙ୍କୁ ମିଳିଲା ଟିକେଟ

0

ପାଖେଇ ଆସୁଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ଆସନ୍ତା ନଭେମ୍ବର ୩୦ ତାରିଖରେ ଏଥିପାଇଁ ପଡିବ ଭୋଟ। ତେବେ ଏହା ପୂର୍ବରୁ ବିଜେପି ତା’ର ପ୍ରର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀ କରିଥିବା ବିଧାୟକ ଟି. ରାଜା ସିଂହଙ୍କ ନିଲମ୍ବନ ବାତିଲ କରି ଦଳ ତାଙ୍କୁ ଟିକେଟ୍‌ ଦେଇଛି। ସେ ପୁଣି ଥରେ ଗୋଶମହଲ ଆସନରୁ ନିର୍ବାଚନ ଲଢ଼ିବେ।

ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଟି.ରାଜା ସିଂହ ଗିରଫ ହୋଇଥିଲେ। ଏହା ପରେ ୨୦୨୨ ଅଗଷ୍ଟ ମାସରେ ଦଳ ତାଙ୍କୁ ନିଲମ୍ବିତ କରିଥିଲା। ଏବେ ବିଧାନସଭା ନିର୍ବାଚନ ମଧ୍ୟରେ ବିଜେପି ଟି. ରାଜାଙ୍କ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏଥିସହ ଦଳ ତାଙ୍କୁ ପୁଣି ଥରେ ନିର୍ବାଚନୀ ମୌଦାନକୁ ମଧ୍ୟ ଓହ୍ଲାଇବାକୁ ସୁଯୋଗ ଦେଇଛି।

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରଥମ ତାଲିକାରେ ୫୨ ଟି ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ୩ ସାଂସଦ ଏବଂ ୧୨ଜଣ ମହିଳାଙ୍କୁ ଟିକେଟ୍ ଦିଆଯାଇଛି। ତେରଙ୍ଗାନା ଆଇଟି ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ କେ.ଟି.ଆର.ଙ୍କ ବିପକ୍ଷରେ ଦଳ ସିରସିଲା ଆସନରୁ ରାଣୀ ରୁଦ୍ରମା ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ଶାସକ ଦଳ ବିଆରଏସ ଛାଡି ବିଜେପିରେ ଯୋଗ ଦେଇଥିବା ଏଟେଲା ରାଜେନ୍ଦ୍ରଙ୍କୁ ହୁଜୁରାବାଦରୁ ଟିକେଟ ଦିଆଯାଇଛି। ବିଜେପିରେ ଯୋଗଦେବା ପୂର୍ବରୁ ସେ ଏହି ଆସନରୁ ବିଧାୟକ ଥିଲେ।

Leave A Reply

Your email address will not be published.