ରାଜସ୍ଥାନ ନିର୍ବାଚନ ; କେଉଁଠୁ ଲଢ଼ିବେ ଅଶୋକ ଦଳ ନେଲା ନିଷ୍ପତ୍ତି

0

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ରାଜସ୍ଥାନ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ 33 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ। ସରଦରପୁରାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟିକେଟ୍ ମିଳିଛି।

ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ତୋନକ ନିର୍ବାଚନୀ ମଣ୍ଡଳୀରୁ ଟିକେଟ୍ ମିଳିଛି। ସଚିନ ପାଇଲଟଙ୍କ କ୍ୟାମ୍ପର ଚାରି ଜଣ ସଦସ୍ୟଙ୍କ ନାମ ପ୍ରଥମ ପ୍ରାର୍ଥୀ ତାଲିକାଲେ ରହିଛି।

ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ନଥଦ୍ୱାରାରୁ ଟିକେଟ୍ ମିଳିଥିବା ବେଳେ ଆରପିସିସି ମୁଖ୍ୟ ଗୋବିନ୍ଦ ସିଂହ ଦୋତସରାଙ୍କୁ ଲକ୍ଷ୍ମଣଗଡରୁ ଟିକେଟ୍ ମିଳିଛି।

ନଭେମ୍ବର 7ରୁ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜସ୍ଥାନରେ ନଭେମ୍ବରେ 25ରେ ମତଦାନ ରହିଛି। ଡିସେମ୍ବର 3ରେ ସମସ୍ତ ରାଜ୍ୟର ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.