ରାଜସ୍ଥାନ ସରକାରଙ୍କ ବଡ ଘୋଷଣା, ଜାଣନ୍ତୁ କଣ

0

ନୂଆଦିଲ୍ଲୀ:ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ରାଜସ୍ଥାନରେ ଦାରିଦ୍ର୍ୟ ସୀମା ରେଖା‌ ତଳେ ଥିବା ଏବଂ ଉଜ୍ଜ୍ବଳା ଯୋଜନାରେ ପଂଜିକୃତ ହୋଇଥିବା ଲୋକମାନଙ୍କ ପାଇଁ ଆସନ୍ତା ଏପ୍ରିଲ ୧, ୨୦୨୩ରୁ ଏଲ୍‌ପିଜି ସିଲିଣ୍ଡର ମାତ୍ର ୫୦୦ ଟଙ୍କାରେ ମିଳିବ ବୋଲି ଗେହଲଟ ଘୋଷଣା କରିଛନ୍ତି। ଏଲ୍‌ପିଜି ସିଲିଣ୍ଡର ପାଇଁ ପାଖାପାଖି ୧୧୦୦ ଟଙ୍କା ଦେଉଥିବା ଲୋକମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ବସ୍ତି।

ଗେହଲଟ କହିଛନ୍ତି, ଆସନ୍ତା ମାସରେ ବିଧାନସଭାରେ ମୁଁ ସମ୍ପୂର୍ଣ୍ଣ ବଜେଟ୍‌ ଉପସ୍ଥାପନ କରିବି। କିନ୍ତୁ ଏହା ପୂର୍ବରୁ ମୁଁ କେବଳ ଗୋଟିଏ କଥା ‌କହୁଛି। ଅନ୍ୟ ସବୁ ଘୋଷଣା ବଜେଟ୍‌ରେ ହେବ। ତେବେ ଗେହଲଟ କହିଛନ୍ତି, ଉଜ୍ଜ୍ବଳା ଯୋଜନା ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏଲ୍‌ପିଜି ସଂଯୋଗ ଏବଂ ଗ୍ୟାସ ଷ୍ଟୋଭ୍‌ ପାଇଁ ଡ୍ରାମା ଚାଲିଛି। କେହି ଏଲ୍‌ପିଜି କିଣୁନାହାନ୍ତି କାରଣ ଏଲ୍‌ପିଜି ଦର ୪୦୦ ଟଙ୍କାରୁ ବୃଦ୍ଧି ପାଇ ୧୦୪୦ ଟଙ୍କାରେ ପହଞ୍ଚିଲାଣି। ବିପିଏଲ୍‌ ଏବଂ ଉଜ୍ଜ୍ବଳା ଯୋଜନା ଅଧୀନରେ ଥିବା ଲୋକମାନଙ୍କୁ ନେଇ ଆମେ ଏକ ଅଧ୍ୟୟନ କରିଛୁ। ଆଗାମୀ ଏପ୍ରିଲ ୧ରୁ ସେମାନଙ୍କୁ ୧୦୪୦ ଟଙ୍କା ବଦଳରେ ୫୦୦ ଟଙ୍କାରେ ଏଲ୍‌ପିଜି ସିଲିଣ୍ଡର ମିଳିବ। ବର୍ଷକୁ ୧୨ ଟି ସିଲିଣ୍ଡର ସେମାନେ ପାଇବେ ବୋଲି ଗେହଲଟ କହିଛନ୍ତି।

 

 

Leave A Reply

Your email address will not be published.