ରାଜଶ୍ରୀଙ୍କ କଲ ରେକର୍ଡ ଯାଞ୍ଚ ଆରମ୍ଭ

0

କଟକ: ମହିଳା କ୍ରିକେଟର ରାଜଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ସୂଚନା ଅନୁଯାୟୀ, ରାଜଶ୍ରୀଙ୍କ କଲ୍ ରେକର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପୁଲିସ ରାଜଶ୍ରୀଙ୍କ କିଛି ସାଥୀ ଖେଳାଳିଙ୍କୁ ଜେରା କରିବ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ସକାଳେ ରାଜଶ୍ରୀ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍‌ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଥିଲା। ଏବେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଏନେଇ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୁଲିସ ମୋବାଇଲ୍‌ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିଲା। ଆଜି ସକାଳେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଜଙ୍ଗଲରୁ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା। ଏନେଇ ମଙ୍ଗଳାବାଗ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସକାଳେ କଟକ ମଙ୍ଗଳାବାଗ ଥାନାର ଏକ ପୁଲିସ୍ ଟିମ୍ ଯାଇ ଜଙ୍ଗଲରେ ଖୋଜାଖୋଜି କରିବା ପରେ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ତେଣେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିି ତଦନ୍ତ ଆରମ୍ଭ କରିଥିଲା

କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା ପୁଲିସ ଗତକାଲି ସନ୍ଧ୍ୟାରେ ରାଜଶ୍ରୀଙ୍କ ମୃତଦେହ ନେଇ ବଡ଼ଡାକ୍ତରଖାନାକୁ ନେଇ ଆସିଥିଲା। ଏଠାରେ ରାଜଶ୍ରୀଙ୍କ ମୃତଦେହ‌ ପୋଷ୍ଟମର୍ଟମ ହୋଇଥିଲା। ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟପଟରେ ରାଜଶ୍ରୀଙ୍କ ବାପା ଗୋବିନ୍ଦ ସ୍ବାଇଁ ପୂର୍ବରୁ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି।।

Leave A Reply

Your email address will not be published.