ଭୁବନେଶ୍ବର (ଆମ ଟିଭି): ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କରିବାର ଅବଧି ଶେଷ ହୋଇଛି । ସୋମବାର କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହର କରି ନାହାଁନ୍ତି । ଅର୍ଥାତ ନିର୍ବାଚନ ପାଇଁ ମଇଦାନରେ ବର୍ତ୍ତମାନ ୫ ଜଣ ପ୍ରାର୍ଥୀ ରହିଛନ୍ତି । ଆସନ୍ତା ୧୬ ତାରିଖରେ ମତଦାନ ଅନୁଷ୍ଠିତ ହେବ ।
ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେଡ଼ିରୁ ସଂତୃପ୍ତ ମିଶ୍ର ତୃତୀୟ ପ୍ରାର୍ଥୀ ହୋଇଛନ୍ତି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ଦିଲ୍ଲୀପ ରାୟ ଚତୁର୍ଥ ଆସନ ପାଇଁ ଲଢ଼େଇ କରିବେ । ଦତ୍ତେଶ୍ୱର ବିଜେଡ଼ି ଏବଂ କଂଗ୍ରେସର ମିଳିତ ପ୍ରାର୍ଥୀ ଅଟନ୍ତି । ସେହିପରି ଦିଲ୍ଲୀପଙ୍କୁ ବିଜେପି ସମର୍ଥନ ଦେବ ।