ରାଜ୍ୟସଭା ନିର୍ବାଚନ: ନବୀନଙ୍କ ପାଇଁ ସିଟ୍ ପକ୍କା କରିଛନ୍ତି ନବୀନ!

0

ଭୁବନେଶ୍ୱର(ଆମ ଟିଭି): ଦେଶରେ ଖାଲିପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଖୁବ୍ ଜଲଦି ଅନୁଷ୍ଠିତ ହେବ ନିର୍ବାଚନ । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି । ତେବେ ଓଡ଼ିଶାରୁ ଖାଲିଥିବା ୪ଟି ଆସନ ପାଇଁ ଯଥାକ୍ରମେ ଆସନ୍ତା ଜୁନ ୧୦ ଏବଂ ଜୁନ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟୟରେ ଅର୍ଥାତ ଜୁନ ୧୦ ତାରିଖରେ ରାଜ୍ୟସଭା ସାଂସଦ କାର୍ଯ୍ୟକ୍ରମ ସାରିଥିବା ସସ୍ମିତ ପାତ୍ର, ପ୍ରସନ୍ନ ଆଚାର‌୍ୟ୍ୟ ଏବଂ ଭାସ୍କର ରାଓ ଆସନ ପାଇଁ ନୂତନ ସାଂସଦ ନିର୍ବାଚନ କାର୍ଯ୍ୟକ୍ରମ ରହିଛି । ସେହିପରି ସୁବାସ ସିଂହ କଟକ ମେୟର ହେବାପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ଜୁନ ୧୩ରେ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ରାଜ୍ୟସଭା ପଠାଇବା ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ଏହି ୪ ଆସନ ମଧ୍ୟରୁ ବିିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଆସନ ନବୀନଙ୍କ ପାଇଁ ପକ୍କା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଜୀନ୍ଦଲ ଷ୍ଟିଲ ପ୍ଲାଣ୍ଟର ଚେୟାର ମେନ୍ ହେଉଛନ୍ତି ନବୀନ ଜୀନ୍ଦଲ । ଓଡ଼ିଶାର ଏକାଧିକ ସ୍ଥାନରେ ତାଙ୍କର ବ୍ୟବସାୟିକ ଅନୁଷ୍ଠାନ ରହିଛି । ଏହା ସହ ନବୀନ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି ।

ସବୁଠୁ ବଡ଼ କଥା ହେଉଛି ବିଜେଡି ଫୋକସରେ ରହିଛି ୨୦୨୪ ନିର୍ବାଚନ । ତେଣୁ ନବୀନଙ୍କୁ ଏବେଠୁ ନିଜ ସମର୍ଥନରେ ରାଜ୍ୟସଭା ପଠାଇଲେ ଆଗାମୀ ନିର୍ବାଚନରେ ଦଳ ଲାଭରେ ରହିବ । ଦଳ ପାଇଁ ପାଣ୍ଠି ଯୋଗାଡ଼ରେ ବିଶେଷ ଅସୁବିଧା ହୋଇନପାରେ । ତେବେ ନବୀନ ଏଭଳି ସୁଯୋଗର ହାତଛଡ଼ା ନକରି ନବୀନ ଜୀନ୍ଦଲଙ୍କୁ ରାଜ୍ୟସଭା ପଠାଇ ପାରନ୍ତି । ସେହିପରି ବାକି ୩ଟି ଆସନ ପାଇଁ ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ନିକଟରେ ହାତ ଛାଡ଼ିଥିବା ନବରଂଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି, ପୂର୍ବତନ ଆଇପିଏସ ଅରୂପ ପଟ୍ଟନାୟକ, ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଅବସରପ୍ରାପ୍ତ ଆଇଏଏସ ଶୁସ୍ମିତା ବାଗ୍‌ଚୀଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ରହିଛି ।

Leave A Reply

Your email address will not be published.