ଭୁବନେଶ୍ୱର(ଆମ ଟିଭି): ଟାଟା ପାୱାର ବିରୁଦ୍ଧରେ ବିଜେପିର ଗର୍ଜନ। ସାରା ରାଜ୍ୟରେ ବିଜୁଳି କାଟର ଯମ ଯନ୍ତ୍ରଣା ଏବଂ ଅଘୋଷିତ ବିଜୁଳିକାଟ ବିରୁଦ୍ଧରେ ଟାଟା ପାୱାର ଉପରେ ବର୍ଷିଛି ବିଜେପି । ଗାଁଠାରୁ ସହର ପର୍ୟ୍ୟନ୍ତ ଦିନ ରାତି ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା ବେଳେ ସାଧାରଣ ଲୋକ ମାନଙ୍କ ଠାରୁ ଆରମ୍ଭ କରି ଦୋକାନ ଦେଇଥିବା ବ୍ୟବସାୟୀ ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ପ୍ରତ୍ୟକ ଜିଲ୍ଲାରେ ବିଜେପି ପକ୍ଷରୁ ଟାଟା ପାୱାର କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷଭ ପ୍ରଦର୍ଶନ କରାଯାଇଛି।
ରାଜ୍ୟ ସରକାର ଟାଟା ପାୱାର କମ୍ପାନୀକୁ ବିଦ୍ୟୁତ ବିତରଣ ଦାୟିତ୍ୱ ଦେବା ପରଠୁ ଏଭଳି ସମସ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ବିଦ୍ୟୁତ ବିତରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଭିଯୋଗ ଆଣିଛି ବିଜେପି। ଯଦି ଟାଟା ପାୱାର ଏହି ବିଦ୍ୟୁତ୍ ବିଭ୍ରାଟର କୌଣସି ସମାଧାନ ନ କରେ ହେଲେ ଆଗକୁ ବିଦ୍ୟୁତ୍ କାର୍ୟ୍ୟାଳୟ ଭିତରେ ପଶି ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।