କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

0

ନୂଆଦିଲ୍ଲୀ (ଆମ ଟିଭି): ଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା ରାଖୀ କଙ୍ଗନାଙ୍କ ସହ ରାଜନୀତିରେ ମୁକାବିଲା କରିବାକୁ ଚାହୁଁଛନ୍ତି। ଯଦି କଂଗ୍ରେସ ତାଙ୍କୁ ସୁଯୋଗ ଦିଏ ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବେ। ଏପରିକି ସେଠାରେ କଙ୍ଗନାଙ୍କୁ ସହଜରେ ପରାଜିତ କରିବେ ବୋଲି ରାଖୀ କହିଛନ୍ତି।

ଅଭିନେତ୍ରୀ କହିଛନ୍ତି, କଙ୍ଗନା ଗତ ୩-୪ ବର୍ଷ ଧରି ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ସଂଘର୍ଷ କରୁଛନ୍ତି। ବିରୋଧୀ ଦଳକୁ ସେ ସର୍ବଦା ଟାର୍ଗେଟ କରିଛନ୍ତି। ଏଣୁ ଏବେ ମୋତେ ଭାଜପା ଟିକେଟ ମିଳିବ ନାହିଁ। ଏଣୁ ରାହୁଲଙ୍କୁ ଅଫର ଦେଉଛି ଯେ ସେ ମୋତେ କଙ୍ଗନାଙ୍କ ବିପକ୍ଷରେ ପ୍ରାର୍ଥୀ କରନ୍ତୁ। ମୁଁ ନିଶ୍ଚିତ ଭାବେ ମଣ୍ଡିରୁ ବିଜେତା ହେବି।

Leave A Reply

Your email address will not be published.