ବିବାହ ବନ୍ଧନରେ ବାନ୍ଧିହେବେ ରାକୁଲପ୍ରୀତ ଓ ଜ୍ୟାକି
ମୁମ୍ବାଇ (ଆମ ଟିଭି): ବଲିଉଡରେ ପୁଣି ଏକ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅଭିନେତ୍ରୀ ରାକୁଲପ୍ରୀତ ସିଂହ ଓ ଅଭିନେତା ଜ୍ୟାକି ଭଗନାନୀ ଗତ କିଛି ବର୍ଷ ହେବ ପ୍ରେମ ସମ୍ପର୍କରେ ଥିବା ବେଳେ ଏବେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦୁହେଁ ଏହି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
ତେବେ ୨୦୨୧ରେ ଜ୍ୟାକି, ରାକୁଲଙ୍କୁ ନେଇ କରିଥିବା ଏକ ଇନଷ୍ଟା ପୋଷ୍ଟ ପରେ ଦୁହେଁ ପ୍ରେମ ସମ୍ପର୍କରେ ଥିବା ସ୍ପଷ୍ଟ ହୋଇଥିଲା। ଅକ୍ଟୋବର ୧୦, ୨୦୨୧ରେ ସେ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଥିଲେ ଯେ, ତୁମ ବିନା, ଦିନଗୁଡିକ ଦିନ ପରି ଲାଗେ ନାହିଁ। ତୁମ ବିନା, ସବୁଠାରୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଭଲ ଲାଗେ ନାହିଁ। ମୋ ପାଇଁ ଦୁନିଆ ସହ ସମାନ ଥିବା ସେହି ସୁନ୍ଦର ମହିଳାଙ୍କୁ ଜନ୍ମଦିନର ଶୁଭେଚ୍ଛା ପଠାଉଛି। ଜନ୍ମଦିନର ଶୁଭେଚ୍ଛା।