ରାମ ରହିମଙ୍କୁ ମିଳିଲା ୨୧ ଦିନର ପାରୋଲ

0

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଆତ୍ମଘୋଷିତ ବାବା ରାମ ରହିମ ଜେଲରୁ ବାହାରିଛନ୍ତି। ରାଜ୍ୟ ସରକାର ତାଙ୍କୁ ୨୧ ଦିନ ପାଇଁ ପାରୋଲ ଦେଇଛନ୍ତି । ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମଙ୍କ ସହ ୟୁପିରେ ବର୍ଣ୍ଣାୱା ଆଶ୍ରମ ଅଭିମୁଖେ ଯାତ୍ରା କରିଥିଲେ।

 

ହନିପ୍ରୀତଙ୍କ ବ୍ୟତୀତ ଗୋଟିଏ କାରରେ ଡ୍ରାଇଭର ରାଜା ଏବଂ ସିପି ଆରୋରା ଥିବାବେଳେ ଅନ୍ୟ କାରରେ ଡ୍ରାଇଭର ପ୍ରୀତମ, ଆଡଭୋକେଟ ହର୍ଷ ଆରୋରା ଏବଂ ଡକ୍ଟର ପି.ଆର ନୈନ ଥିଲେ। ପୋଲିସର ସୁରକ୍ଷା ଅଧୀନରେ ରାମ ରହିମଙ୍କୁ ଜେଲରୁ ଉତ୍ତର ପ୍ରଦେଶ ନିଆଯାଇଛି।

ସାଧ୍ୱି ବଳାତ୍କାର ମାମଲାରେ ଗୁରୁମିତ ରାମ ରହିମଙ୍କୁ ୨୦୧୭ରେ ଦଣ୍ଡିତ କରାଯାଇଥିଲା। ପରେ ତାଙ୍କୁ ଛତ୍ରପତି ହତ୍ୟା ମାମଲା ଏବଂ ରଣଜିତ ହତ୍ୟା ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେବେଠାରୁ ସେ ସୁନାରିଆ ଜେଲରେ ରହିଛନ୍ତି। ଗତ ଥର ଜାନୁୟାରୀ ୧୯ରେ, ରାମରହିମଙ୍କୁ ସରକାର ୫୦ ଦିନ ପାଇଁ ପାରୋଲ ଦେଇଥିଲେ, ଯାହାକି ୟୁପିର ବର୍ଣ୍ଣାୱା ଆଶ୍ରମରେ ବିତାଇଥିଲା।

ଏହା ପରେ ହାଇକୋର୍ଟ ଏକ ଆବେଦନ ଉପରେ ନିଷ୍ପତ୍ତି ନେଇଛନ୍ତି ଯେ ରାମ ରମ ରହିମଙ୍କୁ ହାଇକୋର୍ଟଙ୍କ ଅନୁମତି ବିନା ପାରୋଲ ଦିଆଯିବ ନାହିଁ। ରାମ ରହିମଙ୍କ ତରଫରୁ ପାରୋଲ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା।

ହାଇକୋର୍ଟ କହିଛନ୍ତି ଯେ ରାମ ରହିମଙ୍କୁ ପାରୋଲ ପ୍ରଦାନ ଉପରେ ରାଜ୍ୟ ସରକାର ନିଜେ ନିଷ୍ପତ୍ତି ନିଅନ୍ତୁ। ଏହା ପରେ ରାମରାହିମ ୨୧ ଦିନ ପାରୋଲ ପାଇଁ ଏକ ଆବେଦନ କରିଥିଲେ। ସରକାର ଏହି ଆବେଦନକୁ ଗ୍ରହଣ କରି ସୋମବାର ଦିନ ଏହାକୁ ମଞ୍ଜୁର କରିଛନ୍ତି।

ଜେଲ ପରିସରକୁ ନେଇ ପ୍ରଶାସନ ସୁରକ୍ଷା ବୃଦ୍ଧି କରିଥିଲା। ଏଭଳି ପରିସ୍ଥିତିରେ ମଙ୍ଗଳବାର ସକାଳ ୬ଟା ୪୧ରେ ହନିପ୍ରୀତ ତାଙ୍କ ଟିମ ସହିତ ରାମରହିମଙ୍କୁ ନେବା ପାଇଁ ଜେଲ ପରିସରରେ ପହଞ୍ଚିଥିଲେ, ଯେଉଁଠାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପରେ ସକାଳ ୬ଟା ୪୬ରେ ରାମ ରହିମ ୟୁପି ବାଗପାଟର ବର୍ଣ୍ଣାୱା ଆଶ୍ରମ ଅଭିମୁଖେ ଯାତ୍ରା କରିଥିଲା। ରାମରାହିମ ବର୍ତ୍ତମାନ ୧୩ ଥର ପାଇଁ ଜେଲରୁ ବାହାରିଛନ୍ତି।

Leave A Reply

Your email address will not be published.