ଜେଲରୁ ମୁକୁଳିଲେ ରାମ୍ ରହିମ୍

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ରାମ ରହିମଙ୍କୁ ଆଶ୍ୱସ୍ତି । ଦୁଷ୍କର୍ମ ଓ ହତ୍ୟା ଅପରାଧରେ ହରିଆଣାର ରୋହତକ ଜେଲରେ ସଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ପୁଣିଥରେ ଜେଲରୁ ବାହାରିଛନ୍ତି । ଗୋଟିଏ ଦିନ ପୂର୍ବରୁ ହରିଆଣା ସରକାର ରାମ୍ ରହିମଙ୍କ ୨୧ ଦିନିଆ ପାରୋଲକୁ ଅନୁମତି ଦେଇଥିଲେ ।

ଆଜି ସେ ଜେଲରୁ ବାହାରୁଛନ୍ତି । ଚଳିତ ବର୍ଷ ତୃତୀୟ ଥର ପାଇଁ ହରିଆଣା ସରକାର ରାମ୍ ରହିମଙ୍କ ପାରୋଲକୁ ଅନୁମତି ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ହରିଆଣା ସରକାର ରାମ ରହିମର ପାରୋଲକୁ ଅନୁମତି ଦେବା ପରେ ଜେଲ ତରଫରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏବେ ସେ ଜେଲରୁ ଆସି ଉତ୍ତର ପ୍ରଦେଶର ବାଗପତ ଆଶ୍ରମରେ ରହିବେ ।

Leave A Reply

Your email address will not be published.