ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: କୌଣସି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ କରାଯିବନି ନିମନ୍ତ୍ରଣ

0

ନୂଆଦିଲ୍ଲୀ: ଅଯୋଦ୍ଧାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରାମମନ୍ଦିର ପ୍ରତିଷ୍ଠା କାର୍ୟ୍ୟକ୍ରମକୁ ନେଇ ପ୍ରତିଦିନ ନୂଆନୂଆ ଖବର ଆସୁଛି। ଆସୁଛି। ୨୨ ଜାନୁୟାରୀ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। ଏହାର କାରଣ ମଧ୍ୟ କୁହାଯାଇଛି। ପ୍ରଭୁ ରାମଙ୍କ ସମର୍ପଣ ଅବସରରେ ବହୁ ସଂଖ୍ୟାରେ ଭକ୍ତ ଅଯୋଧ୍ୟାରେ ପହଞ୍ଚିବାର ସମ୍ଭାବନା ଅଛି।

ଏପରି ପରିସ୍ଥିତିରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଜଡ଼ିତ ପ୍ରୋଟୋକଲ ପାଳନ କରିବା ସମ୍ଭବ ନୁହେଁ। ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି ଯେ, ଦେଶର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳମାନେ ଏହି କାର୍ୟ୍ୟକ୍ରମରେ ଭାଗ ନେବାକୁ ଆମନ୍ତ୍ରିତ ହେବେ ନାହିଁ। ଆୟୋଜକ ରାଜ୍ୟ ହୋଇଥିବାରୁ କେବଳ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.