ଜେଲରୁ ବାହାରିବା ପରେ ଏମିତି କହିଲେ ରାମ ରହିମ

0

ଚଣ୍ଡିଗଡ଼: ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଗୁରୁମିତ ରାମ ରହିମ ସିଂଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବା ବେଳେ ଇତି ମଧ୍ୟରେ ସେ ୪୦ ଦିନିଆ ପାରୋଲରେ ଅଛନ୍ତି। ହେଲେ ରାମ ରହିମଙ୍କ ଅନୁପସ୍ଥିତିରେ କିଏ ତାଙ୍କ ଗାଦି ସମ୍ଭାଳିବ ତାକୁ ନେଇ ଦେଖାଦେଇଥିଲା ସସ୍‌ପେନ୍ସ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ରାମ ରହିମ । ଏନେଇ ସେ କହିଛନ୍ତି, ମୁଁ ଥିଲି, ଅଛି ଓ ରହିବି ।

୪୦ ଦିନ ପାରୋଲରେ ଜେଲରୁ ବାହାରି ଜୀବନକୁ ବେଶ୍‌ ଉପଭୋଗ କରୁଛନ୍ତି ରାମ ରହିମ। ୫ ବର୍ଷ ପରେ ନିଜ ଆଶ୍ରମରେ ଦୀପାବଳି ପାଳନ ଅବସରରେ ରାମ ରହିମ ନିଜର ଏକ ମ୍ୟୁଜିକ ଭିଡିଓ ଲଞ୍ଚ କରିଛନ୍ତି। ୩.୫୨ ମିନିଟ୍‌ର ଏହି ପଞ୍ଜାବୀ ଭିଡିଓ ଏବେ ୟୁଟ୍ୟୁବ୍‌ରେ ରାଙ୍କ କରୁଛି।

Leave A Reply

Your email address will not be published.