ପୁଣି ନୂଆ ବିବାଦରେ ରଣବୀର

0

ମୁୁମ୍ବାଇ: ବଲିଉଡର ବାଜିରାଓ ଓରଫ ରଣବୀର ସିଂହଙ୍କ ପିଛା ଛାଡୁନି ବିବାଦ। ନିକଟରେ ନ୍ୟୁଡ୍ ଫଟୋଶୁଟ୍ ମାମଲାରେ ଚର୍ଚ୍ଚାକୁ ଆସିଥିଲେ ରଣବୀର। ଏନେଇ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏବେ ପୁଣିଥରେ ରଣବୀର ଏକ ନୂଆ ବିବାଦରେ ଫସିଛନ୍ତି।

ନିକଟରେ ରଣବୀର ସିଂହ ମୁମ୍ବାଇ ବିମାନ ବନ୍ଦରରେ ନିଜର ନୀଳ ରଙ୍ଗର ନୂଆ କାର୍ ଏଷ୍ଟନ ମାର୍ଟିନ୍ ସହ ନଜର ଆସିଥିଲେ। ଏବେ ଏହି କାର୍‌କୁ ଚଲାଇବାକୁ ନେଇ ରଣବୀରଙ୍କ ଅଡୁଆ ବଢ଼ିଛି। ଉକ୍ତ କାର୍‌ରେ ସେ ଏକ୍ସପାଏରୀ ହୋଇଯାଇଥିବା ରେଜିଷ୍ଟ୍ରେସନ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଲାଇସେନ୍ସ ଡେଟ୍ ଏକ୍ସପାଏରୀ ହୋଇସାରିଥିବା ବେଳେ ରଣବୀର ଉକ୍ତ କାର୍‌କୁ ଚଳାଉଥିବା ନେଇ ଜଣେ ସୋଶାଲ ମିଡିଆ ୟୁଜର୍ସ ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.