ସାମ୍ନାକୁ ଆସିଲା ରଶ୍ମିରେଖାଙ୍କ ସୁଇସାଇଡ୍ ନୋଟ୍, ଜାଣନ୍ତୁ କାହାକୁ ଭଲପାଆନ୍ତି ବୋଲି ଲେଖିଛନ୍ତି
ଭୁବନେଶ୍ୱର(ଆମ ଟିଭି): ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ପୂର୍ବରୁ ଲେଖିଯାଇଥିବା ସୁଇସାଇଡ ନୋଟ ଏବେ ସାମ୍ନାକୁ ଆସିଛି । ସୁଇସାଇଡ ନୋଟରେ ଲେଖାଅଛି । ସରି ସରି ସରିଟ୍ଟ ୟାର ମୁଁ ବହୁତ୍ ଖରାପ ଝିଅ । ମତେ ଭୁଲି ଯିବୁ ଆଉ ଭଲରେ ଲାଇଫ ତିଆରି କରିବୁ । ଆଇ ଲଭ୍ ୟୁ ସାନ, ତତେ ଛାଡ଼ିକି ଯିବାକୁ ଇଚ୍ଛା ନାହିଁ, ହେଲେ ରହି ପାରୁନି । ସେଥିରେ ଆହୁରି ମଧ୍ୟ ଲେଖାଅଛି ସନ୍ତୋଷଙ୍କୁ ସେ ବହୁତ ଭଲ ପାଆନ୍ତି। ଏହାସହ ତାଙ୍କ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁ ବୋଲି ଲେଖିଛନ୍ତି ରଶ୍ମିରେଖା । ତେବେ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିବାରୁ ସେ ବାପା ମାଆଙ୍କୁ କ୍ଷମା ମାଗିଛନ୍ତି । ଏକଥା ଲେଖାଯାଇଛି ଯେ, ବାବା କେବେ ବି ସନ୍ତୋଷକୁ ଦୋଷ ଦେବନି । ତାର ଯଦି କିଛି ହୁଏ, ମୁଁ କାହାକୁ ବି ଛାଡିବିନି ।

ତେବେ ଏ ସୁଇସାଇଡ ନୋଟକୁ ନେଇ ସସପେନ୍ସ ବଢିବଢୁଥିବା ବେଳେ ସନ୍ତୋଷ ହିଁ ନିଜେ ରଶ୍ମିକୁ ହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ । ଏପଟେ ରଶ୍ମିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନାୟପଲ୍ଲୀ ଗଡ଼ ସାହିର ରଶ୍ମିରେଖାଙ୍କ ଭଡା ଘର ମାଲିକ । ଘଟଣା ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ। ସ୍ୱାମୀ ସନ୍ତୋଷ ଓ ରଶ୍ମିଙ୍କ ମଧ୍ୟରେ ଥିଲେ ତୃତୀୟ ବ୍ୟକ୍ତି । ଯାହାଙ୍କ ନାଁ ରାଜା । ରାଜା ପୂର୍ବରୁ ରଶ୍ମିଙ୍କ ବୟଫ୍ରେଣ୍ଡ ଥିଲା ବୋଲି କହିଛନ୍ତି ଭଡା ଘର ମାଲିକ ଆଉ ଏକଥା ନିଜେ ମାନିଛନ୍ତି ରଶ୍ମିଙ୍କ ନିଜ ଖୁଡୀ । ସେହିପରି ମୃତ୍ୟୁ ପୂର୍ବରୁ ଅଭିନେତ୍ରୀ ଶଙ୍ଖା, ସିନ୍ଦୂର ଓ ଅଳିତା ଲଗାଇଥିବା ଦେଖିବାକୁ ମିଳିଛି। ସେ ଲିଭ୍-ଇନ୍ର ଥିଲେ ବୋଲି ପୋଲିସ କହିଛି।