ରତନ ଟାଟାଙ୍କ ହତ୍ୟା ଧମକ

0

ମୁମ୍ବାଇ: ସାଇରସ୍‌ ମିସ୍ତ୍ରୀଙ୍କ ପରି ଦଶା ହେବ ବୋଲି ‘ଟାଟା ସନ୍‌ସ୍‌’ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କୁ ଟେଲିଫୋନ୍‌ରେ ଧମକ ଦେଇଥିବା ଜଣେ ‘ଏମ୍‌ବିଏ’ ସ୍ନାତକଙ୍କୁ ଚିହ୍ନଟ ବା ‘ଟ୍ରାକ୍‌ ଡାଉନ୍‌’ କରିବାରେ ସଫଳ ହୋଇଥିବା କଥା ମୁମ୍ବାଇ ପୁଲିସ କହିଛି ।

ପୁଲିସ କହିଛି ଯେ, ଉକ୍ତ ଅଜ୍ଞାତ ଫୋନ୍‌କ‌ାରୀ ମାନସିକ ରୋଗରେ ପୀଡ଼ିତ। ମୁମ୍ବାଇ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଫୋନ୍‌ କରିଥିବା ବ୍ୟକ୍ତିଜଣକ ରତନ ଟାଟାଙ୍କ ସୁରକ୍ଷା ବୃଦ୍ଧି କରିବା ଲାଗି ସରକାରୀ କର୍ତ୍ତୃପକ୍ଷମାନଙ୍କୁ ନିବେଦନ କରିଥିଲେ। ତାହା ନ କଲେ ସାଇରସ୍‌ ମିସ୍ତ୍ରୀଙ୍କ ଭଳି ଦଶା ହେବ ବୋଲି ଧମକ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର ୪ ତାରିଖରେ କାର୍‌ ଦୁର୍ଘଟଣାରେ ‘ଟାଟା ସନ୍‌ସ୍‌’ର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.