ପରଦାକୁ ଆସିବ ରତନ ଟାଟାଙ୍କ ଜୀବନ କାହାଣୀ

0

ନୂଆଦିଲ୍ଲୀ : ସାଧାରଣ ଜନତା ଦେଶର ବଡ ଲୋକଙ୍କ କାହାଣୀ ପ୍ରତି ବହୁତ ଆଗ୍ରହୀ ହୋଇଥାନ୍ତି। ଲୋକମାନେ ତାଙ୍କ କାହାଣୀ ଦେଖିବା, ପଢିବା କିମ୍ବା ଶୁଣିବାକୁ ପସନ୍ଦ କରନ୍ତି। ଟାଟା ଗ୍ରୁପ୍ ଆଜି ଭାରତର ସବୁଠାରୁ ବଡ ବ୍ୟବସାୟ ଗୋଷ୍ଠୀ ମଧ୍ୟରୁ ଗୋଟିଏ। ତେଣୁ ରତନ ଟାଟାଙ୍କ ବାୟୋପିକ୍ ପାଇଁ ଲୋକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଲୋକଙ୍କ ଏହି ଇଛା ପୁରଣ ହେବାକୁ ଯାଉଛି।

ସୂଚନା ଅନୁଯାୟୀ, ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବାୟୋପିକକୁ ଫିଲ୍ମ ନିର୍ମାତା ସୁଧା କୋଙ୍ଗରା କରିବାକୁ ଯାଉଛନ୍ତି। ଫିଲ୍ମର ସୁଟିଂ ୨୦୨୩ ର ଶେଷ ଭାଗରେ ଆରମ୍ଭ ହୋଇପାରେ । ଫିଲ୍ମର ରିସର୍ଚ ୱାର୍କ ସମାପ୍ତ ହୋଇସାରିଛି ।

ଏହା ବ୍ୟତୀତ, ଏହି ଫିଲ୍ମ ମାଧ୍ୟମରେ ନିର୍ମାତା ରତନ ଟାଟାଙ୍କ ଜୀବନ ସହ ଜଡିତ କିଛି ବିଶେଷ ଜିନିଷକୁ ହାଇଲାଇଟ୍ କରିବାକୁ ଚାହାଁନ୍ତି, ଯାହା ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ । ଏହା ମଧ୍ୟ ରିପୋର୍ଟରେ କୁହାଯାଇଛି ଯେ ନିର୍ମାତା ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ଆରମ୍ଭ କରିଛନ୍ତି। ଏହି ଫିଲ୍ମ ପାଇଁ ଅଭିଷେକ ବଚ୍ଚନ ଏବଂ ସାଉଥ୍ ସୁପରଷ୍ଟାର ସୁରିଆଙ୍କ ନାମ ମଧ୍ୟ ଆଲୋଚନା କରାଯାଉଥିବା ଖବର ରହିଛି। ତେବେ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।

Leave A Reply

Your email address will not be published.