ରତ୍ନଭଣ୍ଡାର ଖୋଲାଯିବା ମାମଲା: କମିଟି ଗଠନ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

କଟକ (ଆମ ଟିଭି): ଆଜି ହାଇକୋର୍ଟରେ ଥିଲା ରତ୍ନଭଣ୍ଡାର ଖୋଲାଯିବା ମାମଲାର ଶୁଣାଣି । ଏହାରି ଭିତରେ ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲାଯିବା ମାମଲାରେ ଆସିଲା ରାୟ । ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ୨ ମାସ ମଧ୍ୟରେ ଏକ କମିଟି ଗଠନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରତ୍ନଭଣ୍ଡାର ସମ୍ପର୍କରେ କମିଟି ନିଷ୍ପତ୍ତି ନେବ । କମିଟିରେ ଇଞ୍ଜିନିୟର ଓ ସେବାୟତମାନେ ରହିବେ । ପ୍ରଥମେ ରତ୍ନଭଣ୍ଡାର ବାହାର ମରାମତି ହେବ । ତେବେ ଭିତର ରତ୍ନଭଣ୍ଡାର କେବେ ମରାମତି ହେବ, ସେନେଇ ମଧ୍ୟ କମିଟି ନିଷ୍ପତ୍ତି ନେବ।

Leave A Reply

Your email address will not be published.