ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ଜାଣନ୍ତୁ ଆପଣଙ୍କ EMI ଉପରେ କ’ଣ ପଡିବ ପ୍ରଭାବ

0

ମୁମ୍ବାଇ(ଆମ ଟିଭି): ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ ରେଟ୍ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ ରେପୋ ରେଟ୍ ୬.୫୦ ପ୍ରତିଶତରେ ସ୍ଥିର ରହିଛି। ଲଗାତାର ଏକାଦଶ ଥର ଯାହା ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରିଜର୍ଭ ବ୍ୟାଙ୍କ ଗତ ଫେବୃଆରୀ ୨୦୨୩ ରେ ସୁଧ ହାରରେ ପରିବର୍ତ୍ତନ କରି ଏହାକୁ ୨୫ ଆଧାର ପଏଣ୍ଟକୁ ୬.୫୦ ପ୍ରତିଶତକୁ ବୃଦ୍ଧି କରିଥିଲା। ସେବେଠାରୁ ଏହା ପରିବର୍ତ୍ତିତ ହୋଇନାହିଁ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କ କାର୍ଯ୍ୟକାଳର ଶେଷ ମୁଦ୍ରା ନୀତି ଘୋଷଣା କରିବାବେଳେ କହିଛନ୍ତି ଯେ ରେପୋ ହାରକୁ ଅପରିବର୍ତ୍ତିତ ରଖିବା ଉଚିତ ବୋଲି ଅଧିକାଂଶ ସଦସ୍ୟ ନିଷ୍ପତ୍ତି ନେଇଛନ୍ତି। ଟାର୍ଗେଟରେ ମୁଦ୍ରାସ୍ଫୀତି ଆଣିବା ଉପରେ ଧ୍ୟାନ ଦିଆଯିବ ବୋଲି MPC ନିଷ୍ପତ୍ତି ନେଇଛି। ସେଥିପାଇଁ ରେପୋ ରେଟ୍ ବର୍ତ୍ତମାନ ପରିବର୍ତନ କରାଯାଉନାହିଁ।

Leave A Reply

Your email address will not be published.