ଆସନ୍ତାମାସରେ ସୁଧ ହାର ଅପରିବର୍ତ୍ତିତ ରଖିପାରେ ଆରବିଆଇ

0

ନୂଆଦିଲ୍ଲୀ (ଆମ ଟିଭି): ଏପ୍ରିଲରେ ଅପରିବର୍ତ୍ତିତ ରହିପାରେ ସୁଧ ହାର । ଆସନ୍ତା ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ସମିତି ବୈଠକ ହେବାକୁ ଯାଉଥିବାବେଳେ ସେଥିରେ ପ୍ରଚଳିତ ସୁଧହାର ଅପରିବର୍ତ୍ତିତ ରଖାଯିବା ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଇତିମଧ୍ୟରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ୟ୍ୟ ସ୍ତର ୬ ପ୍ରତିଶତ ଉପରେ ରହିଛି। ଇତିମଧ୍ୟରେ ଖାଉଟି ମୂଲ୍ୟସୂଚୀ ୬.୪୪ ପ୍ରତିଶତ ହେବା ଆକଳନ କରାଯାଇଛି। ଚଳିତ ବର୍ଷ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତ ରହିଥିଲା।

ବିଭିନ୍ନ ବିଷୟକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଆଗାମୀ ସମୀକ୍ଷା ବୈଠକରେ ସୁଧହାର ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି। ତାହାସହିତ ରେପୋ ରେଟ୍ ୬.୫ ପ୍ରତିଶତକୁ ବର୍ତ୍ତମାନ ପାଇଁ ସ୍ଥିର ରଖାଯିବ ବୋଲି ଏସ୍ବିଆଇ ରିସର୍ଚ୍ଚ ପକ୍ଷରୁ ତାହାର ସଦ୍ୟତମ ଇକୋରାପ୍ ରିପୋର୍ଟରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ସୁଧ ହାରରେ ବ୍ୟବସାୟିକ ବ୍ୟାଙ୍କଗୁଡିକୁ ପାଣ୍ଠି ଯୋଗାଏ ତାହା ରେପୋ ରେଟ୍।

Leave A Reply

Your email address will not be published.