+୨ ପାଇଁ ଆଜିଠୁ ପୁନଃଯାଞ୍ଚ ଆବେଦନ

0

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରିଚାଳିତ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଏହି ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ବୁଧବାରଠାରୁ ରିଆଡିସନ ବା ପୁନଃ ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ କରିପାରବେ। ଏଥିପାଇଁ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ଜୁନ୍‌ ୨୮ ତାରିଖ ରହିଛି।

ଜୁନ୍‌ ୨୨ ତାରିଖରୁ ଜୁଲାଇ ୩ ତାରିଖ ମଧ୍ୟରେ ଉତ୍ତରଖାତାର କପି ପାଇବା ପାଇଁ ଆବେଦନକାରୀଙ୍କ ମୋବାଇଲ୍‌ ନଂ କିମ୍ବା ଇ-ମେଲ୍‌ ଆଇଡିକୁ ଏକ ଲିଙ୍କ୍‌ ପଠାଯିବ। ଜୁଲାଇ ୪ ସୁଦ୍ଧା ଆବେଦନକାରୀ ଉତ୍ତରଖାତା ଡାଉନଲୋଡ୍‌ ନ କରିପାରିଲେ ବା ଅନ୍ୟ କୌଣସି ସମସ୍ୟା ହେଲେ ସିଏଚ୍‌ଏସ୍‌ଇକୁ ଅବଗତ କରାଇପାରିବେ। ଜୁଲାଇ ୮ ତାରିଖ ମଧ୍ୟରେ  coechserecheck@gmaailରେ ମେଲ୍‌ କରି ପିଲାମାନେ କର୍ତ୍ତୃପକ୍ଷଙ୍କୁ ଅବଗତ କରିପାରିବେ। ଉତ୍ତରଖାତା ଡାଉନଲୋଡ୍ କରିବା ପରେ ଜୁଲାଇ ୧୦ ସୁଦ୍ଧା ଅଭିଯୋଗ ଦାଖଲ କରିହେବ। ଆବେଦନକାରୀ ଏକାଧିକ ବିଷୟ ପାଇଁ ଆବେଦନ କରୁଥିଲେ ପୃଥକ ପୃଥକ ଭାବେ ଆବେଦନ କରିବେ। ନକଲ କରି ଧରାପଡ଼ିଥିବା ପରୀକ୍ଷାର୍ଥୀ କିମ୍ବା ୱିଥ୍‌ହେଲ୍‌ଡ ଥିଲେ ରିଚେକିଂ ବା ରିଆଡିସନ ପାଇଁ ଆବେଦନ କରିପାରିବେ ନାହିଁ। ପରିଷଦ ପକ୍ଷରୁ ନିର୍ଦ୍ଧାରିତ ଦେୟ ପୈଠ କରି ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.