ଭୁବନେଶ୍ୱର (ଆମ ଟିଭି): କେନ୍ଦ୍ର ସରକାର ଧାନ ଏମଏସପି ମୂଲ୍ୟ ବୃଦ୍ଧି କରିବା ପରେ ଏହାକୁ ନେଇ ରାଜନୀତି ଜୋର ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର । ସେ କହିଛନ୍ତି, ଓଡ଼ିଶାର କେବଳ ନୁହେଁ ସାରା ଭାରତର ଚାଷୀ ଏମଏସପି ବୃଦ୍ଧି ପାଇଁ ଦାବି କରି ଆସିଛନ୍ତି । ଯାହାକୁ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ କହି ଆସୁଛନ୍ତି କି ଖର୍ଚ୍ଚର ଦେଢ଼ ଗୁଣା ଏମଏସପିରେ ଆମେ ଦେବୁ । ହେଲେ ସେ ଯାଏଁ ବର୍ତ୍ତମାନ ପର୍ୟ୍ୟନ୍ତ ପହଞ୍ଚି ପାରି ନାହିଁ । କିନ୍ତୁ ଏବେ କିଛି ବଢିଛି । ଯାହାକି ସ୍ୱାଗତ ଯୋଗ୍ୟ ।
ସ୍ୱାମୀନାଥନ କମିଶନ ଅନୁସାରେ, ଧାନ ପାଇଁ ସାଢେ ତିନି ହଜାର ଖର୍ଚ୍ଚ ହେଉଛି । ଏମିତି କି ରାଜ୍ୟ ବିଧାନସଭାର ସର୍ବଦଳୀୟ କମିଟି ୨୯୩୦ ଟଙ୍କା ଦେବାକୁ ଦାବି କରିଥିଲା । ତେଣୁ ଆମେ ଆଶା କରୁଛୁ ଏହାର ପୁନର୍ବାର ବିଚାର କରି ବଢ଼ାଇବେ । ଅନ୍ତତଃ ୨୯୩୦ ଟଙ୍କାରେ ପହଞ୍ଚାଇବେ। ପୂର୍ବରୁ ବିଜେପି ଏନେଇ ପ୍ରତିସ୍ମୃତି ମଧ୍ୟ ଦେଇଥିଲା, ଦେଢ଼ ଗୁଣା ଉତ୍ପାଦନ ଖର୍ଚ୍ଚର ପାଇବ । ଅନ୍ତତଃ ସେ ଯାଏଁ ନହେଲେ ବି ଖର୍ଚ୍ଚର ୧୦ ପ୍ରତିଶତ ହେଲେ ଚାଷୀ ପାଉ । ନହେଲେ ଲୋକ ଚାଷ ଛାଡି ପଳାଉଛନ୍ତି ।