ନିୟମିତ ହେଲେ ଚୁକ୍ତି ଭିତ୍ତିକ ହାଇସ୍କୁଲ ଶିକ୍ଷକ

0

ଭୁବନେଶ୍ୱର (ଆମ ଟିଭି): ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକଙ୍କ ପାଇଁ ବଡ଼ ଖବର । ରାଜ୍ୟ ସରକାର ସେମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ନିୟମିତ ହେଲେ ରାଜ୍ୟର ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକ । ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଶିକ୍ଷକ ନିୟମିତ ହୋଇଛନ୍ତି । ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ । ଏହାଦ୍ବାରା ଉପକୃତ ହେବେ ୧୮ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିୟମିତ କରିବାକୁ ବହୁ ଦିନରୁ ଶିକ୍ଷକମାନେ ଦାବି କରୁଥିଲେ । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରୁ ଫେରି ସମସ୍ୟା ସମ୍ପର୍କରେ ଆଲୋଚନା କରି ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦାବି ପୂରଣ ହୋଇଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିକ୍ଷକ ।

Leave A Reply

Your email address will not be published.