ପୁଣି ଆନ୍ଦୋଳନ କରିବା ରେକେଶ ତିକାୟତଙ୍କ ଚେତାବନୀ

0

ନୂଆଦିଲ୍ଲୀ : ପୁଣି ଥରେ ଚାଷୀ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଭାରତୀୟ କୃଷକ ସଂଘ (ବିକେୟୁ) ନେତା ରାକେଶ ଟିକାୟତ। ଆସନ୍ତା ଜାନୁଆରୀ ୨୬ରେ ସାରା ଦେଶରେ ଚାଲିବ ଟ୍ରାକ୍ଟର ରାଲି। ଏନେଇ ସେ ବୁଧବାର ବଡ଼ ଘୋଷଣା କରିଛନ୍ତି। ବଠିଣ୍ଡାରେ ଏକ ସମାବେଶରେ ରାକେଶ ଟିକାଏତ କହିଛନ୍ତି, ଜାନୁଆରୀ ୨୬ରେ ହରିୟାଣାର ଜିନ୍ଦରେ ଏକ ବଡ଼ ପଞ୍ଚାୟତ ବସିବ।

କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷି ସେ କହିଛନ୍ତି, ସରକାର ଦେଶର ଲୋକଙ୍କୁ ନିଯୁକ୍ତି ଦେଇ ନାହାଁନ୍ତି। ତେଣୁ ଏହାକୁ ଦେଖାଇବା ପାଇଁ ଅଗ୍ନିବୀର ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାର ଦେଶର ଲୋକଙ୍କୁ ପ୍ରତାରଣା କରୁଛନ୍ତି। ପ୍ରତ୍ୟେକ ବିଭାଗ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ । ଦେଶର ଛୋଟ ଛୋଟ ଦୋକାନୀ ମଧ୍ୟ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଅଛନ୍ତି। ରାଲିରେ ଶହ ଶହ ଟ୍ରାକ୍ଟର ଭାଗ ନେବା ସହ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରାଯିବା । ତେବେ କୌଣସି ସରକାରୀ କାର୍ଯ୍ୟକ୍ରମକୁ ବାଧା ଦିଆଯିବ ନାହିଁ ବୋଲି ଚାଷୀ ନେତାମାନେ କହିଛନ୍ତି । ଭାରତୀୟ କୃଷକ ସଂଘକୁ ଭାଙ୍ଗିବା ଲାଗି ବିଜେପି ସରକାର କରୁଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରାଯିବ ବୋଲି ଚାଷୀନେତାମାନେ ଧମକ ଦେଇଛନ୍ତି ।

Leave A Reply

Your email address will not be published.