ଭୁବନେଶ୍ବର (ଆମ ଟିଭି): ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ। ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ। ସମ୍ପର୍କୀୟଙ୍କ ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗଦ୍ବାର ସମ୍ମୁଖରେ ଜଣଙ୍କୁ ହତ୍ୟା। ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୃତ୍ତ। ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ମୃତ ରଂଜନ ଓ ସାଥୀ ମାନେ ସଂପର୍କୀୟଙ୍କ ଶେଷକୃତ୍ୟ ପାଇଂ ସ୍ବର୍ଗଦ୍ବାର ଆସିଥିଲେ । ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି।
ସୂଚନା ଯୋଗ୍ୟ; ଗତକାଲି ମଧ୍ୟରାତ୍ରିରେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ରଂଜନ କୁମାର ଦାସ ଓ ମାନସ ରଂଜନ ନାୟକ ଜଣେ ସଂପର୍କୀୟଙ୍କ ଶବସଂସ୍କାର ଲାଗି ପୁରୀ ସ୍ବର୍ଗଦ୍ବାରକୁ ଆସିଥିଲେ। ଶେଷକୃତ୍ୟ ପରେ ସ୍ୱର୍ଗଦ୍ବାର ବାହାରକୁ ଯିବା ସମୟରେ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୃତ୍ତ। ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ରଞ୍ଜନଙ୍କ ସହିତ ଥିବା ମାନସ ରଞ୍ଜନ ନାୟକଙ୍କୁ ମଧ୍ୟ ଆକ୍ରମଣ କରାଯାଇ ଆହତ ହୋଇଛନ୍ତି। ଏହାକୁ ନେଇ ସାମୁଦ୍ରିକ ଥାନା ପୋଲିସର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି।