କଳାକାର ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ଜାଣନ୍ତୁ କେଉଁଠି

0

ବରଗଡ଼ : ଧନୁଯାତ୍ରା ମହା ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ କରିବାକୁ କଳାକାର ଚୟନ ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ କରାଯାଇଛି।

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ, ମହାମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ, ସାତ୍ତିକୀ, ଅକ୍ରୁର, ଭଗ୍ରସେନ, ବସୁଦେବ, ଦେବକୀ, ନାରଦ ଆଦି ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ ହେବ। କଳାକାରମାନେ ଆସନ୍ତା ୨୨ ତାରିଖରୁ ୩୧ ତାରିଖ ମଧ୍ୟରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ। କଳାକାରମାନେ ନିର୍ଦ୍ଧାରିତ ଫର୍ମ ତଥା ଇ-ମେଲ୍‌ ମାଧ୍ୟମରେ ଆବେଦନ କରିପାରିବେ। ଜଣେ କଳାକାର ସର୍ବାଧିକ ଦୁଇଟି ଚରିତ୍ର ପାଇଁ ଆବେଦନ କରିପାରିବେ। ପ୍ରାର୍ଥୀଙ୍କର ଖୋଳା ରଂଗମଞ୍ଚରେ ଅଭିନୟରେ ଅଭିଜ୍ଞତା ଥିବା ଦରକାର।

Leave A Reply

Your email address will not be published.