ଡିସେମ୍ବର ୭ ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ରେବନ୍ଥ ରେଡ୍ଡୀ , ସ୍ପଷ୍ଟ କଲା ଦଳ
କଂଗ୍ରେସ ନେତା ରେବନ୍ଥ ରେଡ୍ଡୀ ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ସ୍ପଷ୍ଟ କଲା କଂଗ୍ରେସ । ତିନି ରାଜ୍ୟରେ ନିରାଶ ହୋଇ ତେଲେଙ୍ଗାନାରେ ଦଳ ବିଜୟର ସ୍ଵାଦ ଚାଖିଥିଲା କଂଗ୍ରେସ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ତେଲେଙ୍ଗାନା ଜିତିଥିଲା ବାଜି ମରିଥିଲା କଂଗ୍ରେସ । ବିଆରଏସକୁ ଅଣଦେଖା କରିବା ଉଦ୍ଦେଶ୍ୟରେ କଂଗ୍ରେସ ଏକ ଉତ୍ସାହଜନକ ନିର୍ବାଚନ ପ୍ରଚାର କରିଥିଲା, ଯେହେତୁ ବିଜେପି ମଧ୍ୟ ଶାସକ ବିତରଣ ବିରୁଦ୍ଧରେ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ। ତେବେ ଦଳ କାହାକୁ କରିବ ମୁଖ୍ୟମନ୍ତ୍ରୀ ତାକୁ ନେଇ ରହିଥିଲା ଦ୍ୱନ୍ଦ୍ଵ । ଏହି ଦ୍ୱର୍ଦ୍ୱର ପୂର୍ଣ୍ଣଛେଦ ପକାଇଛି ଦଳ । ଡିସେମ୍ବର 7 ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ | ଆଉ ମୁଖ୍ୟମନ୍ତ୍ରୀ ହେବେ ରେନ୍ଥନ୍ତ ରେଡ୍ଡୀ ।
କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କହିଛନ୍ତି ଯେ ତେଲେଙ୍ଗାନା ବିଧାନସଭା ଦଳର ନୂତନ ସିଏଲପି ଭାବରେ ରେଡ୍ଡୀଙ୍କୁ ନିଯୁକ୍ତ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ତେଲେଙ୍ଗାନାର ସମସ୍ତ ନେତାଙ୍କୁ ଚିହ୍ନିବୁ, ଏହା ଏକ ମ୍ୟାନ୍ ସୋ ହେବ ନାହିଁ, କଂଗ୍ରେସ ଏକ ଦଳ ଭାବରେ ଯିବ।