ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ଦିନ ହେବ ଦିଲ୍ଲୀରେ ଜାରି ରହିଛି ରେସଲରମାନଙ୍କ ଆନ୍ଦୋଳନ । ରେସଲର ଫେଡେରେସନ ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ମାମଲାରେ ବନ୍ଦ ଲଫାପାରେ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ। ବନ୍ଦ ଲଫାପାରେ ପ୍ରମାଣ ଦାଖଲ କରିବାକୁ କହିଛନ୍ତି ସର୍ବୋଚ୍ଚ କୋର୍ଟ। ଧାରଣାସ୍ଥଳରେ ପହଞ୍ଚି କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ସଭାପତି ତଥା ରାଜ୍ୟସଭା ସାଂସଦ ପିଟି ଉଷା।
ସେପଟେ କ୍ଷମତା ଓ ପଦରେ ରହିଥିବା ବ୍ୟକ୍ତିଙ୍କ ବିରୋଧରେ ଲଢ଼େଇ ଜାରି ରଖିବା କଷ୍ଟକର। ଯୌନ ଶୋଷଣ ଭଳି ସଂଗୀନ ମାମଲା, ପୋକସୋ ଆକ୍ଟ ଲାଗୁ ପରେ ବି ବିଜେପି ବାହୁବଳି ନେତା ବ୍ରିଜଭୂଷଣଙ୍କୁ ପଦରୁ ବିଦା ନକରାଯାଇ ପୀଡ଼ିତାଙ୍କୁ ନିରାଶ କରାଯାଉଛି। ଯୌନ ଶୋଷଣ ମାମଲାର ଅଭିଯୁକ୍ତ ବ୍ରିଜଭୂଷଣ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆନଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଧାରଣାରତ କୁସ୍ତିଯୋଦ୍ଧା। ଅଭିଯୁକ୍ତ ପାଓ୍ବାରରେ ଥିବା ବେଳେ ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବା ସ୍ବାଭାବିକ ବୋଲି ଧାରଣାରତ ଅଲିମ୍ପିଆନ କହିଛନ୍ତି ।