ଭୁବନେଶ୍ୱର (ଆମ ଟିଭି): ପ୍ରଧାନମନ୍ତ୍ରୀ ଭାବେ କାର୍ୟ୍ୟଭାର ଗ୍ରହଣ କରିବା ପରଠାରୁ ଗୋଟିଏ ଦିନ ବି ଛୁଟି ନେଇନାହାଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିନା ଛୁଟିରେ ଲଗାତାରା ଦେଶ ପାଇଁ କାମ କରୁଛନ୍ତି ପ୍ରଧାନମନ୍ତ୍ରୀ । ଗତ ନଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ କେତେ ଦିନ ଛୁଟି ନେଇଛନ୍ତି? ଏହାକୁ ନେଇ ଜଣେ ସୂଚନା ଅଧିକାର କର୍ମୀ ପ୍ରଶ୍ନ ପଚାରିଥିଲେ
ଜ୍ଝପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଏହାର ଉତ୍ତର ଦିଆଯାଇଛି । ପ୍ରଧାନମନ୍ତ୍ରୀ ସବୁବେଳେ କାମରେ ବ୍ୟସ୍ତ ଅଛନ୍ତି । ଏଯାଏଁ ସେ ଗୋଟିଏ ଦିନ ବି ଛୁଟି ନେଇନାହାନ୍ତି ଜ୍ଝ ଗତ ନଅ ବର୍ଷ ମଧ୍ୟରେ ଦେଶ ତଥା ବିଦେଶରେ ୩୦୦୦ ରୁ ଅଧିକ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅଂଶଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି । ପୁଣେର ସୂଚନା ଅଧିକାର କର୍ମୀ ପ୍ରଫୁଲ୍ଲ ଶାରଦା ଏହି ପ୍ରଶ୍ନ କରିଥିଲେ ।