କେସିଆରଙ୍କୁ ଭେଟିଲେ ରେବନ୍ତ

0

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କୁ ଭେଟିଛନ୍ତି। ଡିସେମ୍ବର ୭ ତାରିଖରେ ହାଇଦ୍ରାବାଦଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏରାବାଲିସ୍ଥିତ ତାଙ୍କ ଫାର୍ମ ହାଉସରେ ଖସି ପଡ଼ିବା ପରେ କେସିଆର୍‌ଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର କରାଯାଇଥିଲା।

ଡିସେମ୍ବର ୮ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶ୍ରୀ ରେଡ୍ଡୀ ହସ୍ପିଟାଲରେ କେସିଆର୍‌ଙ୍କ ପରିବାର ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେ ବିଆର୍‌ଏସ ମୁଖ୍ୟଙ୍କ ସହ ମଧ୍ୟ କଥା ହୋଇଥିଲେ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରେବାନ୍ତ ରେଡ୍ଡୀ କହିଛନ୍ତି ଯେ କେସିଆର୍‌ଙ୍କ ଚିକିତ୍ସା ପାଇଁ ସମସ୍ତ ଆବଶ୍ୟକ ସହାୟତା ଓ ସହଯୋଗ କରିବାକୁ ସେ ମୁଖ୍ୟ ଶାସନ ସଚିବ ଏବଂ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେସିଆର୍‌ ସୁସ୍ଥ ହେବାକୁ ପ୍ରାୟ ୮ ସପ୍ତାହ ସମୟ ଲାଗିବ ବୋଲି ଡାକ୍ତରମାନେ କହିଛନ୍ତି।

Leave A Reply

Your email address will not be published.