କ୍ଷମା ପ୍ରାର୍ଥନା କଲେ ରେବନ୍ଥ ରେଡ୍ଡୀ

0

ବିଆରଏସ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବା ଉପରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଦେଇଥିବା ବୟାନକୁ ନେଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏପରି ବୟାନ ପାଇଁ ମୁଁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛି ବୋଲି ରେବନ୍ଥ ରେଡ୍ଡୀ କହିଛନ୍ତି।

ପ୍ରକାଶ ଥାଉକି, ତେଲାଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରା ଯାଇଥିଲା। ଅଗଷ୍ଟ ୨୮ରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଶୁଣାଣି କରି କେ କବିତାଙ୍କୁ ଜାମିନ ଦେଇଛନ୍ତି। ଏହାକୁ ନେଇ ରେଭନ୍ଥ ରେଡ୍ଡୀ ବିଜେପି ଏବଂ ବିଆରଏସ ମଧ୍ୟରେ ଚୁକ୍ତି ହୋଇଥିବା କହିଥିଲେ।

ପରୋକ୍ଷରେ ସେ ସୁପ୍ରିମକୋର୍ଟଙ୍କ ଉପରେ ସନ୍ଦେହ ପ୍ରକାଶ କରି ରେଭନ୍ଥ ରେଡ୍ଡୀ କହିଥିଲେ, “ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପାଇଁ ୧୫ ମାସ ଅପେକ୍ଷା କରିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାମିନ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ କବିତା ମାତ୍ର ୫ ମାସ ମଧ୍ୟରେ ଜାମିନ ପାଇଗଲେ। ଏଥିରେ ବିଜେପିର ହାତ ଥିବା ସନ୍ଦେହ ହେଉଛି।”

ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ଚିନ୍ତା ପ୍ରକଟ କରିବା ସହ ତାଗିଦ କରିଥିଲେ ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ କହିଥିଲ, “ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଏପରି ମନ୍ତବ୍ୟ ଦେବା ଉଚିତ୍ କି? ରାଜନୈତିକ ଉଦ୍ଦେଶ୍ୟରେ ଆମେ ନିର୍ଦ୍ଦେଶନାମା ଜାରି କରୁଛୁ ବୋଲି ଜଣେ କିପରି କହିପାରୁଛନ୍ତି?”

Leave A Reply

Your email address will not be published.