ପ୍ରକାଶ ପାଇଲା +୨ ପରୀକ୍ଷା ଫଳ: ବିଜ୍ଞାନରେ ୯୪% ଓ ବାଣିଜ୍ୟରେ ୮୯% ପାସ୍

0

ଭୁବନେଶ୍ବର (ଆମ ଟିଭି): ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ଫଳ। ଏଚଏସଇ କାର୍ଯ୍ୟାଳୟରେ ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଜ୍ଞାନରେ ୯୪ ପ୍ରତିଶତ ରେଜଲ୍‌ଟ ହୋଇଥିବା ବେଳେ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍‌ଟ ହୋଇଛି । ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ , ବିଜ୍ଞାନରେ ୭୮ ହଜାର ୭୩, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଅଛନ୍ତି। 

ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପରେ ପାସ କରିଥିବା ଛାତ୍ରଛାତ୍ରୀ ଖୁସି ମନେଇଛନ୍ତିା ସାଙ୍ଗ ସାଥୀ ଓ ପରିବାର ଲୋକଙ୍କ ଗହଣରେ ମିଠା ବାଣ୍ଟି ସଫଳତାକୁ ସେଲିବ୍ରେଟ୍ କରିଛନ୍ତି । ଚଳିତ ବର୍ଷ ମଧ୍ୟ ଯୁକ୍ତଦୁଇ ବିଜ୍ଞାନରେ ପାସହାରରେ ଛାତ୍ରଙ୍କୁ ଟପିଯାଇଛନ୍ତି ଛାତ୍ରୀ । ବିଜ୍ଞାନରେ ବାଳକଙ୍କ ପାସ ହାର ୯୩.୮୦% ଥିବା ବେଳେ ବାଳିକାଙ୍କ ପାସ ହାର ୯୪.୫୨% । ଚଳିତ ବର୍ଷ ୧ ହଜାର ୧୨୪ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି । ୩୯୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ୧୦୦% ହୋଇଛି । ଅର୍ଥାତ୍ ସମସ୍ତେ ପାସ କରିଛନ୍ତି । ବିଜ୍ଞାନରେ ନୟାଗଡ ଜିଲ୍ଲା ୯୧.୧୧% ପ୍ରତିଶତ ରେଜଲ୍ଟ ସହ ଶୀର୍ଷରେ ରହିଛି । ସେହିପରି କନ୍ଧମାଳ ସର୍ବନିମ୍ନ ୭୬.୮୧% ରଖିଛି ।

Leave A Reply

Your email address will not be published.