ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ; ଆସିବ ବାଲି ଚୋରି ରୋକିବାକୁ ନୂଆ ଏସଓପି
ବାଲି ଚୋରି ରୋକିବାକୁ ଖୁବ୍ ଶୀଘ୍ର ଆସିବ ନୂଆ ଏସଓପି । ଏହି ସୂଚନା ଦେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବାଲି ଚୋରି ରୋକିବା ପାଇଁ କ୍ୟାବିନେଟରେ ଆଲୋଚନା ହୋଇଛି । ଏଥର ଶସ୍ତାରେ ବାଲି ପାଇବେ ଲୋକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରୁଥିବା ଲୋକଙ୍କୁ ପରମିଟ୍ ଇସ୍ୟୁ ହେବ । ସେମାନେ ନିଶୁଳ୍କରେ ଦୁଇ ଟ୍ରାକ୍ଟର ବାଲି ଆଣିପାରିବେ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।
ଏଥିସହ କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାକୁ ନେଇ ସୂରେଶ ପୂଜାରୀଙ୍କ ପ୍ରତିକ୍ରିୟା । କହିଛନ୍ତି , ବାଲି ମାଫିଆଙ୍କୁ ସାବାଡ କରାଯିବ । ରାଜଧର୍ମରେ କାହାରି ମୁହଁ ଦେଖାଯାଏ ନାହିଁ । ଯେଉଁ ରାଜନୈତିକ ଓ ପ୍ରଭାବଶାଳୀ ଲୋକ ହେଲେ ମଧ୍ୟ ତାକୁ ଧରାଯିବ ।ଏହା ଏକ ଛୋଟ ଘଟଣା ନୁହେଁ ।