ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଦିଆଯିବ ଜମିପଟ୍ଟା

0

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ଡିସେମ୍ବର ସୁଦ୍ଧା ପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

୨୪ ବର୍ଷର ସରକାର ସମୟରେ ଅନେକ ଶିକ୍ଷାନୁଷ୍ଠାନର ନିଜସ୍ବ ଜମି ନ ଥିବା ଅଭିଯୋଗ ହୋଇ ଆସିଛି। ଅନ୍ୟ କାହା ଜମିରେ ସ୍କୁଲ, କଲେଜ ଚାଲିଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଡିସେମ୍ବର ସୁଦ୍ଧା ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.