ବଢୁଛି ଜଳସ୍ତର: ଖୋଲାଯିବ ହୀରାକୁଦର ୨ଟି ଗେଟ୍

0

ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ସେଥିପାଇଁ ଆଜି ଅପରାହ୍ଣ ୪ଟାରେ ହୀରାକୁଦ ଡ୍ୟାମ୍‌‌ର ୨ଟି ଗେଟ୍‌‌ ଖୋଲାଯିବ। ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ପକ୍ଷରୁ ସୂଚନା ମିଳିଛି। ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌‌ ରହିଥିଲା। ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍‌‌ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ସୂଚନାନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡିଶା,ଉତ୍ତର ଆନ୍ଧ୍ର ଓ ଛତିଶଗଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.