ମହାନଦୀ ଜଳ ବିବାଦ: ସମାଧାନ କରିବ ଟ୍ରିବ୍ୟୁନାଲ୍ ଟିମ୍

0

ସମ୍ବଲପୁର(ଆମ ଟିଭି): ମହାନଦୀ ଜଳ ବିବାଦକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଛି । ଏହାରି ଭିତରେ ଖବର ମିଳିଛି, ରାୟପୁରରେ ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦର ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍ । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏ.ଏମ୍ ଖାନୱିଲକରଙ୍କ ସମେତ ୩ ଜଣିଆ ଖଣ୍ଡପୀଠ, ଉଭୟ ରାଜ୍ୟର ବିଶେଷଜ୍ଞ, ଆଇନ ବିଷାରଦ ଓ ଜଳ ସଂପଦ ଅଧିକାରୀ ମୋଟ ୫୦ ଜଣ ସାମିଲ ହୋଇଛନ୍ତି ।

ଆଜି ଏହି ଟିମ୍ ମହାନଦୀର ଉତ୍ପତ୍ତିସ୍ଥଳ ସିହାୱାରୁ ସର୍ଭେ କରିବେ । ୨୨ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ୟ୍ୟାୟ ସର୍ଭେରେ ଉପରମୁଣ୍ଡର ରବିଶଙ୍କର, ବଙ୍ଗୋଡ୍ୟାମ୍ ସମେତ ମହାନଦୀ ବେସିନର ମିନିମାତା ଡିଭିଜନ ଯାଏ ସମସ୍ତ ବ୍ୟାରେଜର ଅନୁଧ୍ୟାନ କରାଯିବ ।

Leave A Reply

Your email address will not be published.