ବନ୍ଧାହେଲେ ରୋଡ ରୋମିଓ

0

ଭୁବନେଶ୍ୱର (ଆମ ଟିଭି): ବନ୍ଧାହେଲେ ରୋଡ୍ ରୋମିଓ । ତିନି ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଶୁକ୍ରବାର ରାତିରେ କମେଣ୍ଟମରାକୁ କେନ୍ଦ୍ର କରି ତାଣ୍ଡବ ରଚିଥିଲେ । ନୟାପଲ୍ଲୀ ଲେଡିଜ ହଷ୍ଟେଲରେ ଦୁର୍ବତ୍ତଙ୍କ ଆକ୍ରମଣ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।ଏହି ଘଟଣାରେ ସଂପୃକ୍ତ ଆଉ ୭ ଜଣ ଫେରାର ଅଛନ୍ତି ।

ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଘର ନୟାପଲ୍ଲୀ ଭୋଇ ସାହିରେ ବୋଲି ପୋଲିସ ସୂଚନା ଦେଇଛି । ଗତ ୫ ତାରିଖ ସନ୍ଧ୍ୟାରେ ହଷ୍ଟେଲ ଭିତରେ ପଶି ମାରପିଟ୍ ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ।

Leave A Reply

Your email address will not be published.