ଭୁବନେଶ୍ବର (ଆମ ଟିଭି): ବିସିସିଆଇ ସଭାପତି କିଏ ହେବ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଏହାକୁ ନେି ଆସିଇ ଏକ ବଡ଼ ଖବର । ରୋଜର ବିନ୍ନି ହେବେ ପରବର୍ତ୍ତୀ ବିସିସିଆଇ ସଭାପତି । ଆଜି ବିନ୍ନିଙ୍କ ସଭାପତି ପଦରେ ଲାଗିବ ମୋହର । ଆଜି ମୁମ୍ବାଇରେ ଅନୁଷ୍ଠିତ ହେବ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସାଧାରଣ ବୈଠକ । ଏହି ବୈଠକରେ ବୋର୍ଡର ସଭାପତି ଭାବେ ତାଙ୍କ ନାଁରେ ମୋହର ବାଜିବ । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ।
ଏହି ବୈଠକରେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଆଲୋଚନା ହେବାର ଅଛି । ବିସିସିଆଇ ନିଜେ ପ୍ରାର୍ଥୀ ଦେବ କିମ୍ବା ଗ୍ରେଗ୍ ବାରକ୍ଲେଙ୍କୁ ପୁଣି ଥରେ ସମର୍ଥନ କରିବ ସେନେଇ ବିଚାର କରାଯିବ । ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆସନ୍ତା ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି । ବୋର୍ଡ ବୈଠକ ନଭେମ୍ବର ୧୧ରୁ ୧୩ ପର୍ୟ୍ୟନ୍ତ ମେଲବର୍ଣ୍ଣରେ ହେବ ।