କୋର୍ଟରେ ଯୁବତୀଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ

0

ନୂଆଦିଲ୍ଲୀ :କୋର୍ଟ ପରିସରରେ ଲୋକ ଗହଳି ମଧ୍ୟରେ ମହିଳାଙ୍କ ଉପରକୁ ହେଲା ଗୁଳି ମାଡ଼ । ଅଭିଯୁକ୍ତଜଣକ ଓକିଲ ୟୁନିଫର୍ମରେ ଥିବା ବେଳେ ମହିଳାଙ୍କ ସାମନାକୁ ଯାଇ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ମାଡ଼ର ଶିକାର ମହିଳାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅଭିଯୁକ୍ତଜଣକ ଖସି ଯାଇଛନ୍ତି।

ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ରାଜଧାନୀ ଦିଲ୍ଲୀର ସାକେତ କୋର୍ଟ ପରିସରରେ ଘଟିଛି। ଆକ୍ରମଣକାରୀଜଣକ ଓକିଲ କାମେଶ୍ୱର ପ୍ରସାଦ ସିଂ ବୋଲି ଚିହ୍ନଟ ହୋଇଛନ୍ତି। କାମେଶ୍ୱର ପ୍ରସାଦ ସିଂ ବିଭିନ୍ନ ଗଣ୍ଡଗୋଳ ମାମଲାରେ ସାମିଲ ଥିବାରୁ ତାଙ୍କ ଲାଇସେନ୍ସ ରଦ୍ଦ ହୋଇ ଯାଇଥିବା ଜଣାଯାଇଛି।

ସାକେତ କୋର୍ଟ ବାର ଆସୋସିଏସନ ସଭାପତି ବିନୋଦ ଶର୍ମାଙ୍କ କହିବାନୁଯାୟୀ, କାମେଶ୍ୱର ପ୍ରସାଦ ସିଂ ସାକେତ କୋର୍ଟରେ ଓକିଲ ଭାବେ କାର୍ଯ୍ୟରତ ଥିବା ବେଳେ ରାଜେନ୍ଦ୍ର ଝାଙ୍କ ମହକିଲ ଥିବା ସମ୍ପୃକ୍ତ ମହିଳାଙ୍କ ସହ ଚିହ୍ନା ପରିଚୟ ହୋଇଥିଲା। ଏହାପରେ ସେ ତାଙ୍କୁ ୨୫ ଲକ୍ଷ ଟଙ୍କା ଋଣ ଆକାରରେ ଦେଇଥିଲେ। ମାତ୍ର ଟଙ୍କା ମାଗିବାରୁ ମହିଳାଜଣକ ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ। ଏନେଇ ଥାନାରେ ମାମଲା ବି ହୋଇଥିବା ବେଳେ କୋର୍ଟରେ କେସ୍‌ ଚାଲିଥିଲା।

ଆଜି ମହିଳାଜଣକ କୋର୍ଟକୁ ଆସିଥିବା ବେଳେ କାମେଶ୍ୱର ପ୍ରସାଦ ସିଂ ମଧ୍ୟ କୋର୍ଟରେ ପହଞ୍ଚିଥିଲେ। ସେଠାରେ ସେ ମହିଳାଙ୍କ ଉପରକୁ ୪ ରାଉଣ୍ଡ ଫାୟାରିଂ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ୪ ରାଉଣ୍ଡ ଗୁଳି ମଧ୍ୟରୁ ଗୋଟିଏ ମହିଳାଙ୍କ ପେଟରେ ଓ ଅନ୍ୟ ୩ ଟି ଶରୀରର ଅନ୍ୟ ସ୍ଥାନରେ ଲାଗିଛି।

Leave A Reply

Your email address will not be published.