‘ରୋହିତ ଶର୍ମା ଦଳରେ ରହିବା ଉଚିତ ନୁହେଁ’, ଶାମା ମହମ୍ମଦଙ୍କ ସହ ସ୍ଵର ମିଶାଇଲେ ଟିଏମସି ସାଂସଦ

0

ନୂଆଦିଲ୍ଲୀ(ଆମ ଟିଭି): କଂଗ୍ରେସର ଜାତୀୟ ମୁଖପାତ୍ର ଶାମା ମହମ୍ମଦ, ଯଦିଓ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ମନ୍ତବ୍ୟ ପରେ ତାଙ୍କୁ ତୀବ୍ର ଟ୍ରୋଲ କରାଯାଉଛି, କିନ୍ତୁ ବର୍ତ୍ତମାନ ତୃଣମୂଳ କଂଗ୍ରେସ ସାଂସଦ ସସୌଗତ ରୟ ତାଙ୍କ ସମର୍ଥନରେ ଆସିଛନ୍ତି। ସୌଗତ ରୟ କହିଛନ୍ତି ଯେ, ରୋହିତ ଶର୍ମା ଦଳରେ ରହିବା ଉଚିତ୍ ନୁହେଁ।

ଗଣମାଧ୍ୟମ ଅନୁଯାୟୀ, ଟିଏମସି ସାଂସଦ ସୌଗତ ରୟ କହିଛନ୍ତି ଯେ, “ରୋହିତ ଶର୍ମାଙ୍କ ବିଷୟରେ ଯାହା କୁହାଯାଇଛି ମୁଁ ସମ୍ପୂର୍ଣ୍ଣ ସହମତ ଅଟେ। ଶାମା ମହମ୍ମଦ ଜଣେ ରାଜନେତା ଭାବେ ନୁହେଁ ବରଂ ଦର୍ଶକ ଭାବରେ କହିଛନ୍ତି। ରୋହିତ ଶର୍ମାଙ୍କୁ କେତେ ଦିନ ପର୍ଯ୍ୟନ୍ତ ଛାଡ ଦିଆଯିବ। ସେ ଦୁଇ ବର୍ଷରେ ଥରେ ଶତକ ହାସଲ କରିଛନ୍ତି। ସେ ୨, ୫, ୧୦ ଏବଂ ୨୦ ରନରେ ଆଉଟ ହୋଇଛନ୍ତି।”

ସୌଗତ ରୟ କହିଛନ୍ତି ଯେ, “ରୋହିତ ଶର୍ମା ଦଳରେ ସ୍ଥାନ ପାଇବା ଉଚିତ ନୁହେଁ କିମ୍ବା ତାଙ୍କୁ ନେତୃତ୍ଵ ଦିଆଯିବା ଉଚିତ ନୁହେଁ। କଂଗ୍ରେସ ନେତା ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ଠିକ। ସେ ତାଙ୍କ ଓଜନ ବିଷୟରେ ଆଦୌ ଧ୍ୟାନ ଦିଅନ୍ତି ନାହିଁ। ଏହି ଲୋକମାନେ କେବଳ ବିଜ୍ଞାପନରେ ଆଦର୍ଶ ହୋଇପାରନ୍ତି। କ୍ରୀଡ଼ାରେ ଆଦର୍ଶ ହୋଇପାରିବେ ନାହିଁ।

ତାଙ୍କ ଅନୁଯାୟୀ କେଉଁ ଖେଳାଳି ଭଲ ଖେଳନ୍ତି ବୋଲି ଯେତେବେଳେ ସୌଗତ ରୟଙ୍କୁ ପଚରାଗଲା, ରୟ କହିଛନ୍ତି ଯେ, “ବର୍ତ୍ତମାନ ଅନେକ ନୂଆ ଖେଳାଳି ଭାରତୀୟ କ୍ରିକେଟ୍ ଦଳକୁ ଆସିଛନ୍ତି ଯେଉଁମାନେ ଭଲ ଖେଳୁଛନ୍ତି। ଯଦି ଆମେ ଫିଟନେସକୁ ଦେଖିବା ତେବେ ଜସପ୍ରୀତ ବୁମ୍ରା ଶ୍ରେଷ୍ଠ ଅଧିନାୟକ ହୋଇପାରନ୍ତି। ସେ ବର୍ତ୍ତମାନ ଆହତ ହୋଇଛନ୍ତି ଏବଂ ଖେଳୁ ନାହାଁନ୍ତି। ନୂତନ ଖେଳାଳିମାନଙ୍କ ମଧ୍ୟରେ ଶ୍ରେୟାସଙ୍କ ପରି ଖେଳାଳିମାନେ ଅଧିନାୟକ ହୋଇପାରନ୍ତି, କିନ୍ତୁ ରୋହିତ ଶର୍ମା ଦଳରେ ସ୍ଥାନ ପାଇବା ଉଚିତ୍ ନୁହେଁ।”

Leave A Reply

Your email address will not be published.