ରୋଟାରୀ କ୍ଲବ ଭୁବନେଶ୍ୱର ଫେଲୋସିପ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଭୁବନେଶ୍ବର(ଆମ ଟିଭି): ଭୁବନେଶ୍ୱର ଚନ୍ଦକା ନିକଟ କଣ୍ଟାବାଡ ଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ଫେଲୋସିପ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧ହଜାର ଫଳ ଚାରା ଲଗାଯାଇଛି । ବିଭିନ୍ନ ଭେରାଇଟିର ଆମ୍ବ ଓ ପିଜୁଳି ଆଦି ଚାରା ରୋପଣ କରାଯାଇଛି । ଗଭର୍ଣ୍ଣର ପ୍ରଭୂଦତ୍ତ ସୁବୁଦ୍ଧି, ଅତିରିକ୍ତ ଗଭର୍ଣ୍ଣର ରିତୁ ଅଗ୍ରୱାଲ, ପିଡିଜି ଶିବବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଖାରବେଳ କଳିଙ୍ଗନଗରର , ଭୁବନେଶ୍ୱର ରୋଟାରୀ କ୍ଲବ ଫେଲୋସିପ ସଭାପତି ବିମ୍ବାଧର ବେହେରା ଓ କ୍ଲବର ସଦସ୍ୟଙ୍କ ସହ ସ୍ଥାନୀୟ ଅଧିବାସୀମାନେ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.