ଭୁବନେଶ୍ବର(ଆମ ଟିଭି): ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି ନିଜର ୫ମ ପ୍ରତିଷ୍ଠା ଉତ୍ସବ “ନିର୍ମାଲ୍ୟ” ପାଳନ କରିଛି ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଘରୋଇ ହୋଟେଲରେ । ରବିବାର, ୧୩ ଜୁଲାଇ ସନ୍ଧ୍ୟା ୬:୦୦ ରେ ଏହି ଉତ୍ସବ ପାଳନ କରିଥିଲା ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରିର ଜନସାଧାରଣଙ୍କ ପାଇଁ ନିଜର ସହଯୋଗ ଓ ଉତ୍ସାହର ପର୍ବ । ଏହି ବିଶେଷ ମୁହୂର୍ତରେ କ୍ଳବର ବରିଷ୍ଠ ସଦସ୍ୟ ସୁଜିତ କୁମାର ରାଉତଙ୍କୁ ରୋଟାରୀ ବର୍ଷ ୨୦୨୫-୨୬ ପାଇଁ ଆନୁଷ୍ଠାନିକ ଭାବରେ ସଭାପତି ଭାବରେ ନିଯୁକ୍ତି ଦିଆଯାଇଥିଲା, ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି ରାକେଶ ଦଳାଇ ନୂତନ ସମ୍ପାଦକଙ୍କ ସ୍ଥାନ ଅଳଙ୍କୃତ କରି ଜନସେବା ପ୍ରତି ଉତ୍ସର୍ଗୀକୃ କ୍ଲବର ସେବା ଏବଂ ନେତୃତ୍ୱର ଐତିହ୍ୟକୁ ଆଗକୁ ବହନ କରିବା ପାଇଁ ପ୍ରତିବଦ୍ଧ ହୋଇଥିଲେ।

ଏହି ସମାରୋହରେ ମୁଖ୍ୟ ଅତିଥି କ୍ଳବର ବରିଷ୍ଠ ସଦସ୍ୟ ମନୋଜ ତ୍ରିପାଠୀ, ଜିଲ୍ଲା ଗଭର୍ଣ୍ଣର ଓ ରୋଟାରୀ କମ୍ଯୁନିଟିର ରାଜ୍ୟରେ ବିକଶିତ ଭୂମିକା ଏବଂ ନିରନ୍ତରତା ଏବଂ ନବସୃଜନର ଗୁରୁତ୍ୱ ଉପରେ ନିଜର ଅଭିଭାଷଣ ସହିତ ଉପସ୍ଥିତ କର୍ମୀ ଓ ଅନ୍ୟ ସମସ୍ତ ସଦସ୍ୟଙ୍କୁ ଅନୁପ୍ରାଣିତ କରିଥିଲେ।

ଉତ୍କଳ ବିଲ୍ଡର୍ସର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁବାଷ ଭୁରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସମାଜ ସେବା ଏବଂ ଯୁବ ଶକ୍ତିର ସମାଜ ସେବାରେ ପ୍ରଚେଷ୍ଟା କ୍ଷେତ୍ରରେ କ୍ଲବର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ। ସଂସ୍ଥାର ଅଧ୍ୟକ୍ଷ ଓ କ୍ଳବର ବରିଷ୍ଠ ସଦସ୍ୟ ପୁଣ୍ୟଶ୍ଲୋକ ମହାନ୍ତିଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା, ଯାହା ସମସ୍ତ ଉପସ୍ଥିତ ବ୍ୟକ୍ତି ବର୍ଗଙ୍କ ପାଇଁ ଏକ ସୁଗମ ଏବଂ ସ୍ମରଣୀୟ ଅନୁଭୂତି ଦେଇଥିଲା । ସନ୍ଧ୍ୟାରେ ସଂସ୍ଥାର ସଂଯୋଜକ ରୋଟାରିଆନ ଶ୍ରୀସତ୍ୟଜିତୁ ସତପଥୀ ପ୍ରଦାନ କରିଥିଲେ ଧନ୍ୟବାଦ ଓ ଆନ୍ତରିକ କୃତଜ୍ଞତା ।