ରାଉରକେଲା ହକି ଷ୍ଟାଡିୟମ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ରାଉରକେଲା (ଆମ ଟିଭି): ଓଡ଼ିଶାରେ କ୍ରୀଡ଼ା ବିକାଶର ଆରମ୍ଭ ହେବ ନୂଆ ଅଧ୍ୟାୟ । ଆଜି ଉଦଘାଟିତ ହେବ ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ବୃହତ ହକି ଷ୍ଟାଡିୟମ । ଏଥିରେ ୨୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି । ଆଜି ରାଉରକେଲା ଯାଇ ହକି ଷ୍ଟାଡିୟମକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୧୧ଟା ୨୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ରାଉରକେଲା ଅଭିମୁଖେ ଯିବେ ନବୀନ ।

ମଧ୍ୟାହ୍ନ ୧୨ଟା ୧୫ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରି ସିଧା ନବନିର୍ମିତ ଷ୍ଟାଡିୟମକୁ ଯିବେ ନବୀନ । ସେଠାରେ ହକି ଖେଳାଳିଙ୍କ ସହ ଆଲୋଚନା କରି କିଛି ସମୟ ବିତାଇବେ । ଏହି ସମୟରେ ଓ୍ବାର୍ଲ୍ଡକପ ଭିଲେଜ ସହିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କ୍ୟାମ୍ପସର ଉଦଘାଟନ କରିବେ । ସୁନ୍ଦରଗଡ଼ରେ ୪୧୧ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିବେ।

ମେଡିକାଲ କଲେଜରେ ନାମ ଲେଖାଇଥିଵା ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ରାଉରକେଲା ସହରରେ ମୋ ଵସ ସେଵା ଶୁଭାରମ୍ଭ କରିବେ। ସୁନ୍ଦରଗଡ଼ ଜିଲ୍ଲାର ୧୧ ଶହ ୯ କୋଟି ୨୪ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ ୩୫୯ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଅପରାହ୍ନ ୪ଟାରେ ଡିଏଭି ପୋଖରୀ ନିକଟରେ ସୁନ୍ଦରଗଡ଼ବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ସ୍ଥାପନ କରିବେ ନବୀନ ।

 

Leave A Reply

Your email address will not be published.