ରାଷ୍ଟ୍ରପତିଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ: କ୍ଷମା ମାଗିଲେ ଟିଏମସି ମନ୍ତ୍ରୀ

0

ନନ୍ଦିଗ୍ରାମ (ଆମ ଟିଭି): ବିରୋଧ ପରେ ମାଗିଲେ କ୍ଷମା । କ୍ଷମା ମାଗିଲେ ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅଖିଳ ଗିରି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଖୋଦ୍ ଟିଏମସି ମଧ୍ୟ ଗିରିଙ୍କ ବୟାନକୁ ସମାଲୋଚନା କରିବା ସହ ବିବାଦରୁ ନିଜକୁ ଦୂରେଇ ରଖିଥିଲା। ଗିରିଙ୍କ ବୟାନର ଭିଡିଓ ଭାଇରାଲ ହେବା ପରେ ସେ କ୍ଷମା ମାଗି ଅନୁତାପ କରିଛନ୍ତି। ସାମ୍ନାକୁ ଆସିଥିବା ୧୭ ସେକେଣ୍ଡ ଭିଡିଓରେ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିବା ଶୁଣିବାକୁ ମିଳିଛି। ସେ କହିଥିଲେ ଯେ “ସେମାନେ(ବିଜେପି) କହୁଛନ୍ତି ମୁଁ ଦେଖିବାକୁ ସୁନ୍ଦର ନୁହେଁ। ହେଲେ ଆମେ ଲୋକଙ୍କୁ ସେମାନଙ୍କ ରୂପରୁ ଚିହ୍ନଟ କରି ନଥାଉ। ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ। କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?” ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀ ଗିରି ଏପରି କଥା କହୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା।

ଟିଏମସି ଏହାକୁ ଦାୟିତ୍ୱହୀନ ବୟାନ କହି ଗିରିଙ୍କ ଠାରୁ ନିଜକୁ ଦୂରେଇ ରଖିଥିଲା। ଟିଏମସି ମୁଖପାତ୍ର ସକେତ ଗୋଖେଲ କହିଥିଲେ ଯେ “ଏହା ଏକ ଦାୟିତ୍ୱହୀନ ମନ୍ତବ୍ୟ ଓ ଏହା କେବେ ହେଲେ ଟିଏମସିର ଦଳର ବୟାନ ହୋଇ ନପାରେ। ଆମେ ଭାରତର ରାଷ୍ଟ୍ରପତିଙ୍କ ପାଇଁ ଅତ୍ୟନ୍ତ ଗର୍ବିତ। ଆମେ ସବୁବେଳେ ରାଷ୍ଟ୍ରପତି ଓ ତାଙ୍କ ଅଫିସକୁ ସର୍ବୋଚ୍ଚ ସମ୍ମାନ ଦେଉ।”

Leave A Reply

Your email address will not be published.