ରୁଦ୍ରାଣୀର ମ୍ୟୁଜିକ୍ ଲୋକାର୍ପିତ

0

ଭୁବନେଶ୍ବର(ଆମ ଟିଭି): ଆଜି ଭୁବନେଶ୍ବରର ତାରକା ହେଟେଲ ସୂର୍ୟ୍ୟାଂଶ ପରିସରରେ ଲୋକାର୍ପିତ ହେଇଯାଇଛି ଝିଲିକ୍ ମୋସନ୍ ପିକଚର୍ସ ନିବେଦିତ ନୂଆ ଚଳଚ୍ଚିତ୍ର ‘ରୁଦ୍ରାଣୀ’। ଦଶହରାରେ ପ୍ରେକ୍ଷାଳୟକୁ ଆସିବା ନେଇ ପ୍ରସ୍ତୁତି ଚାଲିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ନିଜେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ୟ୍ୟ ନଜରକୁ ଆସିବେ। ଏହା ଏକ ନାରୀ ଶସକ୍ତିକରଣ ବିଷୟକ କାହାଣୀ ଆଧାରିତ ଚଳଚ୍ଚିତ୍ର। ମିଛର ଡେଣା ଭିତରେ କେମିତି ସତ୍ୟ ଲୁଚିଯାଏ ଏବଂ ସତ୍ୟର ସନ୍ଧାନ କରିବା କେତେ କଷ୍ଟକର ହୁଏ ତାହା ଏଥିରେ ଚିତ୍ରିତ ହୋଇଛି। ମୌଳିକ ଓଡ଼ିଆ କାହାଣୀ ସହ ନାରୀଶକ୍ତିକୁ ଗୁରୁତ୍ୱ ମିଳିଛି ଏଇ ସିନେମାରେ। ରୁଦ୍ରାଣୀ ଭୂମିକାରେ ଝିଲିକ୍ଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲୀ କ୍ରିଷ୍ଣା। ନିର୍ଦ୍ଦେଶକ ମୂରଲୀଙ୍କ ନିର୍ଦ୍ଦେଶନାରେ ଝିଲିକ୍ ପୂର୍ବରୁ ‘ଜଗା ହାତରେ ପଘା’ ସିନେମାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରଟି ବେଶ ସଫଳତା ପାଇଥିଲା। ‘ରୁଦ୍ରାଣୀ’ ମଧ୍ୟ ଦର୍ଶକାଦୃତ ହେବ ବୋଲି ଝିଲିକ୍ ଆଶାବାଦୀ।

ଏହି ସିନେମାରେ ସଂଳାପ ଲେଖିଛନ୍ତି ରଜନୀ ରଞ୍ଜନ ଓ ଚିତ୍ରୋତ୍ତୋଳନ କରିଛନ୍ତି ଇଶ୍ୱର ବାରିକ। କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ। ଟାଇଟଲ୍ ଗୀତ ‘ରୁଦ୍ରାଣୀ’ର ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୟ – ସିତୁ କରିଥିବା ବେଳେ ଅନ୍ୟସବୁ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଟାଇଟଲ୍ ଗୀତ ବ୍ୟତୀତ ଏଥିରେ ରହିଛି ‘ମୁଁ ମଞ୍ଜୁ ଆଟୋବାଲା’ ଏହାକୁ କଣ୍ଠଦାନ କରିଛନ୍ତି ସତ୍ୟଜିତ ପ୍ରଧାନ, ‘ଫିଲ୍ ମାଇଁ ଦିଲ୍’ କୁ ହ୍ୟୁମାନ ସାଗର ଓ ଅନନ୍ୟା ଶ୍ରୀତମ ଓ ‘ହୀରା ନୀଳା ମୋତି ମାଣିକ’ କୁ ଦିପ୍ତୀରେଖା ଓ ଶଶାଙ୍କ ଶେଖର କଣ୍ଠଦାନ କରିଛନ୍ତି । ମ୍ୟୁଜିକ ବିତରଣ ଦାୟିତ୍ବ ରେ ଅଛନ୍ତି ଆମର ମ୍ୟୁଜିକ। ମୁଖ୍ୟ ଚରିତ୍ର ଝିଲିକ୍ଙ୍କ ବ୍ୟତୀତ ଏଥିରେ ବବି ମିଶ୍ର, ପିଣ୍ଟୁ ନନ୍ଦ, ଭିକି ମିଶ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଟିଲୁ, ପ୍ରତିଭା ପଣ୍ଡା, ଶୁଭାଶିଷ ଶର୍ମା, ଲୋହିତାକ୍ଷ ପଟ୍ଟନାୟକ, ନବାଗତା ମୁସ୍କାନ, ବାପି, ଶୁଭଙ୍କରୀ, ଅନୁରାଧା, ଗୁଡୁ, ଅମର, ସରୋଜ, ଧରିତ୍ରୀ ପ୍ରମୁଖ ଭିନ୍ନ ଭିନ୍ନ ଭୂମିକାରେ ଅଛନ୍ତି।

Leave A Reply

Your email address will not be published.